ବ୍ୟୁରୋ: ଜଟଣୀ ନିର୍ବାଚନ ମଣ୍ଡଳୀ ଭୁବନେଶ୍ୱର ବ୍ଲକ ମଳିପଡା ପଞ୍ଚାୟତରେ କଂଗ୍ରେସ ବିଧାୟକ ପାର୍ଥି ସନ୍ତୋଷ ଜେନାଙ୍କ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାରେ କଂଗ୍ରେସ ଦଳର ବିଧାୟକ ପାର୍ଥୀ ସନ୍ତୋଷ ଜେନା ଯୋଗଦେଇ ଚାଷୀ ମାନଙ୍କ ପାଇଁ ଜଳ ଯୋଗାଣ ସୁବିଧା, ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ସୁବିଧା , ଏହି ଅଞ୍ଚଳରେ ଗଢି ଉଠିଥିବା ବିଭିନ୍ନ ଘରୋଇ ସଂସ୍ଥାରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଆଦିର ସୁବିଧା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସହ ନିଜ ପାଇଁ ଭୋଟ ଭିକ୍ଷା କରିଥିଲେ। ଏହି ପଦଯାତ୍ରାରେ କଂଗ୍ରେସ ନେତା ଅଜିତ୍ ଶ୍ରୀଚନ୍ଦନ, ଚିତ ରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଓ ବିରୋଧୀ ଦଳର କର୍ମୀ ମାନେ ଯୋଗ ଦେଇଥିଲେ। ବିଧାୟକ ପ୍ରାର୍ଥୀ ସନ୍ତୋଷ ଜେନା ହାତ ଚିହ୍ନରେ ଭୋଟ ଦେବା ପାଇଁ ଲୋକମାନଙ୍କୁ ନିବେଦନ କରିଥିଲେ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *