ବ୍ୟୁରୋ: ଜଟଣୀ ବ୍ଲକ ଅଧିନ କୁସୁମାଟି  ପୋଖରୀରୁ ଆଜି ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ଜଟଣୀ ପୁଲିସ। ମୃତ ଯୁବକ ହେଉଛନ୍ତି, କୁସୁମାଟି ପୋଖରୀ ସାହିର ଜ୍ୟୋତିପ୍ରକାଶ ରାଉତରାୟ। ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଜଟଣୀ ପୁଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ, ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ସୂଚନା ଅନୁସାରେ ଆଜି ସକାଳେ ଗାଁ ପୋଖରୀରେ ଏକ ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ ଗାଁ ଲୋକ। ଏହାପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିବା ଆଗରୁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ପାଣିରୁ ମୃତଦେହକୁ ଉଦ୍ଧାର କରିଥିଲେ। ମୃତଦେହକୁ ଗାଁ ଲୋକ ଚିହ୍ନଟ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଜଟଣୀ ଥାନରେ ଏକ ଅପମୃତ୍ୟୁ ମାମଲା କେସ ନଂ ୩୬/୨୩ରେ ରୁଜ୍ଜୁ କରି ପୁଲିସ ତଦନ୍ତ ଚଲାଇଛି।

Leave a Reply

Your email address will not be published. Required fields are marked *