ବ୍ୟୁରୋ: ଖୋର୍ଦ୍ଧାରୋଡ ଆର.ପି.ଏଫ୍  ଓ  ଜି.ଆର.ପି. କର୍ମଚାରୀଙ୍କ ମିଳିତ ସହଯୋଗରେ, ଜଟଣୀ ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନରୁ ଜବତ ହେଲା ୬୩ କିଲୋ ଗଂଜେଇ । ଆଉ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ ମୁରସିଡାବାଦର ଏମ. ଡ଼ି. ଯୁନୁଷ ଏସ.କେ. (୧୯), ତାହାଜୁଲ ଏସ. କେ. (୨୩) ଏବଂ ଏମଡ଼ି. ଗିଆସୁଦିନ ମଣ୍ଡଳ (୨୬). । ଜିଆରପି ଥାନା ମାମଲା ୭୦/୨୩ରେ ମାମଲା ରୁଜୁ ହୋଇଛି।  ସୂଚନା ଅନୁସାରେ ଗତ 31 ତାରିଖରେ ଖୋର୍ଦ୍ଧାରୋଡ଼ ଜିଆରପି ଏବଂ ଆର.ପି.ଏଫ୍ କର୍ମଚାରୀ ମାନେ ୧ନମ୍ବର ପ୍ଲାଟଫର୍ମ ର ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଥିବା ସମୟରେ ଅଭିଯୁକ୍ତମାନେ ତିନୋଟି ବ୍ୟାଗ ସହିତ ଟ୍ରେନ ନମ୍ବର 12864 ବାଙ୍ଗାଲୋର-ହାଉଡ଼ା ଏକ୍ସପ୍ରେସ ଟ୍ରେନରେ ଯିବା ପାଇଁ ଅପେକ୍ଷା କରିଥିଲେ।  ସେମାନଙ୍କ ଉପରେ ସନ୍ଦେହ ହେବାରୁ ଯାଞ୍ଚ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଥିଲା। ଅଭିଯୁକ୍ତ ମାନେ କହିଛନ୍ତି ସେମାନେ ୱେଷ୍ଟ ବେଙ୍ଗଲ ଓ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ କରୁଥିଲେ।

Leave a Reply

Your email address will not be published. Required fields are marked *