ବ୍ୟୁରୋ: ଖୋର୍ଦ୍ଧାରୋଡ ରେଳ ଡିଭିଜନ୍ ଅଧିନ  କାଇପଦର୍ ରୋଡ୍ ,ଭୂଷଣ୍ତପୁର ଓ କୁହୁଡି ରେଳ ଷ୍ଟେସନରେ ରେଳ ରହଣି ଓ ଭିତ୍ତିଭୂମି ବିକାଶ । ଯାତ୍ରୀ ମାନଙ୍କ ସୁବିଧା ପାଇଁ କଟକ ‐ ଗୁଣୁପୁର ମେମୁ ସ୍ପେସିଆଲ୍ ଟ୍ରେନ (08421/08422 ) ର ରହଣି।  ତଥା ୧୦୦ ବର୍ଷରୁ ଉର୍ଦ୍ଧ କାଇପଦର୍ ରୋଡ୍ ଷ୍ଟେସନର ପ୍ଳାଟଫର୍ମ ନିର୍ମାଣ। ଷ୍ଟେସନରେ ପିଇବା ପାଣିର ବ୍ୟବସ୍ଥା, ଉଜ୍ବଳ ଆଲୋକୀକରଣ ଏବଂ ଉନ୍ନତ ମାନର ଶୌଚାଳୟ ନିର୍ମାଣ । ଟାଙ୍ଗୀ ବ୍ଳକର ଭୂଷଣ୍ତପୁର ଓ କୁହୁଡି ରେଳ ଷ୍ଟେସନରେ ଭୂବନେଶ୍ବର ‐ ଜଗଦଳପୁର ହିରାଖଣ୍ତ ଏକ୍ସପ୍ରେସ୍ ( 18447/18448 ) ଓ ପୁରୀ ‐ ତିରୂପତି ଏକ୍ସପ୍ରେସ ( 17479/17480 )ର ରହଣିକୁ କୋଭିଡ୍ ସମୟରୁ ବାତିଲ୍ କରାଯାଇଥିଲା, ଏବେ ଏହି ଦୁଇଟି ଟ୍ରେନ୍ କୁ ଯାତ୍ରୀଙ୍କ ହିତ ଦୃଷ୍ଟିରୁ ପୁନଃ ରହଣି କରିବା ନିମନ୍ତେ ଏକ ଦାବି ପତ୍ର ବିଜେପି ନେତା ଶ୍ରୀରଂଜନ ମଂଗରାଜ ଆଜି ଭୂବନେଶ୍ବର ରେଳ ଷ୍ଟେସନଠାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ କୁମାର ବୈଷ୍ଣବଙ୍କୁ ପ୍ରଦାନ କରିଛନ୍ତି। ବିଜେପି ରାଜ୍ୟ କାର୍ଯ୍ଯକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ତେଇତରାୟ, ରାଜ୍ୟ ବିଜେପିର ବରିଷ୍ଠ ନେତା ସୁକାନ୍ତ କୁମାର ପାଣିଗ୍ରାହୀ, ଅଶୋକ କୁମାର ମିଶ୍ର, ପୂର୍ବତଟ ରେଳବାଇର ଜିଏମ୍ ମନୋଜ ଶର୍ମା, ଖୋର୍ଦ୍ଧାରୋଡ୍ ଡିଆରଏମ ଏଚ୍ ଏସ୍ ବାଜୱା  ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *