ବ୍ୟୁରୋ: ଜଙ୍ଗଲ ଭିତରେ ଚାଲିଥିଲା ଜୁଆ ଆଡ୍ଡା। ଜଙ୍ଗଲକୁ ଭାବିଥିଲେ ସୁରକ୍ଷିତ ସ୍ଥାନ । ବେଧଡକ ଭାବେ ଚଲାଇଥିଲେ ଜୁଆ ଖେଳ। ବିଶେଷ ସୂତ୍ରରୁ ପୋଲିସ ଖବରପାଇ, ସେମାନଙ୍କୁ ମାଡି ବସିଥିଲା । ଆଉ ସେମାନଙ୍କ ଠାରୁ ଟଙ୍କା, ବାଇକ୍, ମୋବାଇଲ ଫୋନ ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଥିଲା। ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଧିନ କମାଗୁରୁ ବେଲପଦା ଜଙ୍ଗଲରେ, ଜୁଆ ଖେଳ ଚାଲିଥିବା ବେଳେ ଖବର ପାଇ ଜଙ୍କିଆ ଥାନ ପୋଲିସ ଚଢାଉ କରିଥିଲା। ୫ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ  ନଗଦ ୨୭୯୦ ଟଙ୍କା, ବାଇକ, ମୋବାଇଲ ଫୋନ୍  ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଯୁଧିଷ୍ଠିର ନାୟକ, କାଳୁ କୁମାର ଦାଶ, ମାନସ ପ୍ରଧାନ, ସଂଗ୍ରାମ ଛୋଟରାୟ ଓ କୁମର ରାଉତ। ଜଙ୍କିଆ ଥାନା ପୋଲିସ ୨୮୯/୨୩ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଲାଇଛି।

Leave a Reply

Your email address will not be published. Required fields are marked *