ଖୋର୍ଦ୍ଧା,୦୮/0୩: ଖୋର୍ଦ୍ଧା ଟାଉନ ହଲ ପରିସରରେ ଖୋର୍ଦ୍ଧା ଆଦର୍ଶଥାନା ପୁଲିସ ପକ୍ଷରୁ ଆମ ପୋଲିସ କାର୍ଯ୍ୟକ୍ରମ ଓ ନୂତନ ଅପରାଧିକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଏସପି ସାଗରିକା ନାଥ, ପୂର୍ବତନ ଏସପି ଦେବ ପ୍ରସାଦ ମଜୁମଦାର, ଖୋର୍ଦ୍ଧା ଓକିଲ ସଂଘ ସଭାପତି ଜୀବନ ଜ୍ୟୋତି ମିଶ୍ର, ଏସଡ଼ିପିଓ ନିହାର ରଞ୍ଜନ ଦାସ ପ୍ରମୁଖ ଯୋଗଦେଇଥିଲେ। ଭାରତୀୟ ଦଣ୍ଡବିଧି ସଂହିତା- ୧୮୬୦, କ୍ରିମିନାଲ ପ୍ରୋସିଜର କୋଡ୍-୧୯୭୩ ଏବଂ ଭାରତୀୟ ପ୍ରମାଣ ଆଇନ-୧୮୭୨ କୁ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା-୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା- ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ସଂହିତା-୨୦୨୩ ବିଷୟରେ ଶିବିରରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ, ବରିଷ୍ଠନାଗରିକ, ସାମ୍ବାଦିକ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତଥିଲେ । କାର୍ଯ୍ୟକ୍ରମକୁ ଥାନାଧିକାରୀ ସଞ୍ଜୟ ନାୟକ ପରିଚାଳନା କରିଥିବାବେଳେ ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *