ଖୋର୍ଦ୍ଧା,୦୮/୦୩: ଖୋର୍ଦ୍ଧା ପ୍ରଜପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ, ଗୋଡ଼ିପୋଖରୀ ସେବାକେନ୍ଦ୍ର ପରିସରରେ ଆଜି ସକାଳେ ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ଅନୁରାଧା ଭଉଣୀଙ୍କର ସଭାପତିତ୍ବରେ “ବିଶ୍ବ ମହିଳା ଦିବସ ” ପାଳିତ ହୋଇଯାଇଛି । ବିଭିନ୍ନ ଗ୍ରାମର ବ୍ରହ୍ମାକୁମାରୀ ଭଉଣୀ ଏହି ଉତ୍ସବରେ ଯୋଗ ଦେଇଥିଲେ । ଖୋର୍ଦ୍ଧା ନାରୀ ସେବା ସଂଘର ସମ୍ପାଦିକା ସୁଷମା ପ୍ରଧାନ ଏବଂ ସମାଜସେବୀ ସୁକାନ୍ତୀ ପଟ୍ଟନାୟକ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳ କରିଥିଲେ। ବ୍ରହ୍ମାକୁମାରୀ ମିନୁ ଭଉଣୀ, ସସ୍ମିତା ଭଉଣୀ, କନକ ଭଉଣୀ ଉପସ୍ଥିତ ଅତିଥି ଓ ଶ୍ରଦ୍ଧାଳୁ ମାନଙ୍କୁ ପୁଷ୍ପ ଓ ତିଳକ ଦେଇ ସ୍ବାଗତ କରିଥିଲେ । ବ୍ରହ୍ମାକୁମାର ଜୟକୃଷ୍ଣ ଭାଇ ନାରୀଶକ୍ତି ଦ୍ଵାରା ସଂଚଳିତ ବ୍ରହ୍ମାକୁମାରୀ ସଂସ୍ଥାର ତ୍ୟାଗ, ତପସ୍ୟା ଓ ସେବାର ବିବରଣୀ ପ୍ରଦାନକରି ନାରୀ ଶକ୍ତିର ମହାନତା, ବିଶେଷତା ବିଷୟରେ ବକ୍ତବ୍ୟ ରଖିଥିଲେ। ଶେଷରେ ସହଜ ରାଜଯୋଗର ଅଭ୍ୟାସ କରି ଗହନ ଶାନ୍ତି ର ଅନୁଭୂତି କରାଇ ଧନ୍ୟବାଦ ଅର୍ପଣ କରିଥିଲେ।