ବ୍ୟୁରୋ: ଭୁବନେଶ୍ବର ଉପକଣ୍ଠ ଯାଁଳା ଗ୍ରାମର ଶ୍ରୀ ଶ୍ରୀ ରାଧାମାଧବ ଦେବଙ୍କ ଝୁଲଣ ଯାତ୍ରା ମହାସମାରୋହରେ ପାଳିତ ହେଉଅଛି । ଏହି ଝୁଲଣ ଯାତ୍ରା ଶ୍ରାବଣ ମାଷ ଶୁକ୍ଲ ପକ୍ଷ ଅଷ୍ଟମୀ ଠାରୁ ଆରମ୍ଭ ହୋଇ ରକ୍ଷାବନ୍ଧନ ବା ବଳଭଦ୍ର ଜନ୍ମ ପୁର୍ଣ୍ଣମୀ ଦିନ ସମାପନ ହୋଇଥାଏ । ପ୍ରତିଦିନ ସଂଧ୍ୟାରେ ଝୁଲଣ ମଣ୍ଡପରେ ଶ୍ରୀ ରାଧାମାଧବଙ୍କୁ ଭକ୍ତ ମାନେ ଝୁଲାଇଥାନ୍ତି।  ଭକ୍ତ ମାନଙ୍କ ଦ୍ୱାରା ପ୍ରତିଦିନ ସଂକୀର୍ତ୍ତନ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଗ୍ରାମବାସୀଙ୍କ ସହଯୋଗୀରେ ଆଜି ଠାରୁ ତିନି ଦିନ ପର୍ଯ୍ୟନ୍ତ ଫ୍ରି ଖୋଲା ମଞ୍ଚରେ ଅପେରା ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *