ବ୍ୟୁରୋ: ଜଟଣୀ ଖୋର୍ଦ୍ଧାରୋଡ ମଣ୍ଡଳ ସ୍ଥିତ ଶ୍ରମିକ କଂଗ୍ରେସର ବିଭିନ୍ନ କାର୍ଯ୍ୟାଳୟରେ ୭୬ ତମ ଗଣତନ୍ତ୍ର ଦିବସ ପାଳନ ହୋଇଛି । ଆଜି ସକାଳେ ଓପେନ ଲାଇନ ଶାଖା ଠାରେ କାର୍ଯ୍ୟକାରୀ ସଭାପତି ମହମ୍ମଦ ମୁସ୍ତାକ ଅଲି ପତକା ଉତ୍ତୋଳନ କରିଥିଲେ । ସେହିପରି ୠନିଙ୍ଗ ବ୍ରାଞ୍ଚ ଠାରେ ସଭାପତି ଶିଶିର ପାତ୍ର , ହେଡ଼ କ୍ୱାର୍ଟର ବ୍ରାଞ୍ଚ ଠାରେ ସଭାପତି ଗୋପାଳ ଦାସ ଓ ବିଜେପି ଇନ୍ଷ୍ଟିଟ୍ୟୁଟ ଠାରେ ଇନ୍ଷ୍ଟିଟ୍ୟୁଟ ସଭାପତି ଖୋର୍ଦ୍ଧାରୋଡ ମଣ୍ଡଳ କାର୍ମିକ ଅଧିକାରୀ  ଆର. ଏନ. ଏ. ପରିଡା ପତକା ଉତ୍ତୋଳନ କରିଥିଲେ । ଶ୍ରମିକ କଂଗ୍ରେସର ଶାଖା ସମ୍ପାଦକ ଏଲ. ଡି. ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆୟୋଜିତ ସାଧାରଣତନ୍ତ୍ର ଦିବସରେ  ବାବା ସାହେବ୍ ଭିମ୍ ରାଓ ଆମ୍ବେକରଙ୍କ ପ୍ରଣୀତ ସମ୍ବିଧାନ ଆଜିର ଦିନ ୭୬ ବର୍ଷ ପୂର୍ବେ ପ୍ରଣୟନ ହୋଇଥିଲା । ଅତ୍ୟନ୍ତ ନିମ୍ନ ସ୍ଥରର ଲୋକଙ୍କ ଅଧିକାର ପାଇଁ ରହିଥିବା ଆର୍ଥିକ, ସାମାଜିକ ନ୍ୟାୟ, ସମାନତା ଓ ନିଜ ଅଧିକାର ସମ୍ପର୍କରେ ଆଇନ ପ୍ରଣୟନ ହୋଇଥିବା ହେତୁ, ଦେଶ ଆଜି ପଞ୍ଚମ ଆର୍ଥିକ ମହାଶକ୍ତିରେ ପରିଣତ ହୋଇପାରିଛି ବୋଲି ଶ୍ରୀ ପରିଡା ଓ  ଶ୍ରୀ ମହାନ୍ତି ନିଜ ବକ୍ତବ୍ୟରେ କହିଥିଲେ। ମଣ୍ଡଳ ସହ ସଂଯୋଜକ ନିରଞ୍ଜନ ମିଶ୍ର, କେନ୍ଦ୍ରୀୟ ପଦାଧିକାରୀ ଏମ ଜି କେ ରାଓ, ସୁବ୍ରତ ପଣ୍ଡା, ଅକ୍ଷୟ ପ୍ରଧାନ, ପି ରାଜା ରାଓ,  ସନ୍ତୋଷ ଖଟେଇ, ପି ଏଲ ସାମନ୍ତରାୟ , ଜି ଆର୍ ଏମ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *