ବ୍ୟୁରୋ: ସରକାରୀ ନୀତି ନିୟମକୁ ଖାତିର ନକରି ବେଆଇନ ଭାବେ ଗାଡିରୁ ବାଣ ଖଲାସ କରୁଥିବା ଅଭିଯୋଗରେ, ଜଟଣୀ ପୋଲିସ ବିପୁଳ ପରିମାଣର ବେଆଇନ ବାଣ ଜବତ କରିବା ସହ ଦୁଇ ବାଣ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା ଅଧୀନ ବାଲିଛକ ସାହିର ଦୁର୍ଯ୍ୟଧାନ ସାହୁ(୪୮) ଏବଂ ନିରଞ୍ଜନପୁର ଭୋଇ ସାହିର ସନ୍ତୋଷ ଗୁରୁ (୨୪)।

ସୂଚନା ଅନୁଯାୟୀ ଜଟଣୀରେ ରାତ୍ରୀ ପେଟ୍ରୋଲିଙ୍ଗ ଟିମ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସ୍ଥାନୀୟ ସୀତାରାମ ଛକ ଚର୍ଚ୍ଚ ପଡିଆ ଠାରେ ଏକ ଟାଟା ଏସି ଗାଡିରୁ ବିପୁଳ ବାଣ ଖଲାସ କରାଯାଉଥିବା ଦେଖିଥିଲେ। ପେଟ୍ରୋଲିଙ୍ଗ ଟିମ ଉକ୍ତ ସ୍ଥାନରେ ଚାଡାଉ କରି ସେମାନଙ୍କୁ ବୈଧ ସରକାରୀ ଅନୁମତି ପତ୍ର ମାଗିଥିଲେ। ସେମାନଙ୍କ ନିକଟରେ କୌଣସି ବୈଧ ସରକାରୀ ଅନୁମତି ପତ୍ର ନଥିବା ଅଭିଯୁକ୍ତ ମାନେ ସ୍ୱକାର କରିଥିଲେ।

ପୋଲିସ ବିପୁଳ ପରିମାଣର ବାଣ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲେ। ଜଟଣୀ ପୋଲିସ କେସ ନଂ ୪୩୮/୨୪ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *