ବ୍ୟୁରୋ: ବିଦ୍ୟାଭାରତୀ  ପୂର୍ବ କ୍ଷେତ୍ର ଆନୁକୂଲ୍ୟରେ ୨୧ ଓ ୨୨ ଦୁଇ ଦିନ ଧରି କ୍ଷେତ୍ରୀୟ ବିଜ୍ଞାନ ମେଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଜଟଣୀ ଠାରେ ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ ଉତ୍ସବରେ ଜଟଣୀ ତହସିଲର ତହସିଲଦାର ଶ୍ରୀମତୀ ପ୍ରୀତିପୂର୍ଣା ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ଡାଃ ଲକ୍ଷ୍ମୀକାନ୍ତ ମହାରଣା , ସମ୍ମାନିତ ଅତିଥି ଭାବେ ପୂର୍ବ କ୍ଷେତ୍ର ସମ୍ପାଦକ ତଥା ଶିକ୍ଷା ବିକାଶ ସମିତି ଓଡିଶାର ସଂଗଠନ ସମ୍ପାଦକ  ତରକାଦାସ ସରକାର  ଯୋଗଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବ କ୍ଷେତ୍ରର ବିଜ୍ଞାନ ସଂଯୋଜକ ସୁବ୍ରତ ପଟ୍ଟନାୟକ , ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ଅଶୋକ କୁମାର ଶର୍ମା ଯୋଗଦେଇଥିଲେ।

ଏହି ବିଜ୍ଞାନ ମେଳାରେ ବିଜ୍ଞାନ ପ୍ରକଳ୍ପର ୩୬ଜଣ, ବିଜ୍ଞାନ ପ୍ରୟୋଗରେ ୧୨ଜଣ, ବିଜ୍ଞାନ ପ୍ରଶ୍ନମଞ୍ଚରେ ୨୧ଜଣ ଓ ବିଜ୍ଞାନ ପତ୍ରବାଚନରେ ୬ଜଣ ମୋଟ ୭୫ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ସଂଯୋଜକ ଶିରିଷ କୁମାର ହାତୀ ,ପୂର୍ବ ସଂଭାଗ ସଂଯୋଜକ ଓ ବ୍ୟବସ୍ଥା ସଂଯୋଜକ ଶ୍ରୀ ମାନସ ରଞ୍ଜନ ଜେନା,ପ୍ରଧାନ ଆଚାର୍ଯ୍ୟ ଏବଂ ଶିକ୍ଷା ବିକାଶ ସମିତିର ପୂର୍ଣ୍ଣ କାଳୀନ କାର୍ଯ୍ୟକର୍ତ୍ତା, ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ପୂର୍ଣ୍ଣ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *