ବ୍ୟୁରୋ: କଲିକତାରେ ଘଟିଥିବା ଡାକ୍ତର ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଦୃଢ଼ ନିନ୍ଦା କରି ପ୍ରତିବାଦ କରିଛି ଜଟଣୀ ବିଜେପି । ଜଟଣୀ ବିଜେପି ନଗର ମଣ୍ଡଳ ସଭାପତି ତିରୁପତି ଶତପଥୀ ଓ ଜଟଣୀ ନଗର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ନାଗଭୂଷଣ ରାୟଙ୍କ ନେତୃତ୍ବରେ ସ୍ଥାନୀୟ ହରିଭାଇନା ଛକଠାରେ କର୍ମୀ ମାନେ ବିକ୍ଷୋଭ ପଦର୍ଶନ କରିବା ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶ ପୁତଳିକା ଦାହ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ନଗର ମଣ୍ଡଳ ସଭାପତି ପ୍ରଶାନ୍ତ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ପ୍ରଦୀପ ଜେନା, ଚିତ୍ତରଞ୍ଜନ ସୁନ୍ଦରାୟ, କବି ପାଇକରାୟ, ଲକ୍ଷ୍ମୀପ୍ରିୟା ନାୟକ, ଯୋଗେନ୍ଦ୍ର ନାୟକ, କାହ୍ନୁ ବାରିକ, ରଙ୍କ ମୁଦୁଲିଙ୍କ ସମେତ ବହୁ ବିଜେପି କର୍ମୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *