ବ୍ୟୁରୋ: ସାମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ଜଟଣୀ କୁଦିଆରି ମହତାବ ନଗର ସ୍ଥିତ ଶିଶୁ ଶିକ୍ଷାସଦନ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ। ଅନୁଷ୍ଠାନର ସଭାପତି ସନ୍ତୋଷ କୁମାର ହୋତା, ସମ୍ପାଦକ ଦେବପ୍ରସାଦ ଦାଶ, ସଂଗଠନ ସମ୍ପାଦକ ସଞ୍ଜୟ ବରିସଲ, ଶରତ କୁମାର ରେଡି, କୋଷାଧ୍ଯକ୍ଷ ରମାକାନ୍ତ ମହାରଣା, ନିରୂପମା ସ୍ଵାଇଁ, ସ୍ମିତା ପଟ୍ଟନାୟକ, ଉପସଭାପତି ଦିଲୀପ ସିଂ, ପ୍ରଶାନ୍ତ କୁମାର ସାହୁ, ପରେଶ ପଟ୍ଟନାୟକ, ଅବଦୁଲ ସତ୍ତାର, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଜଟଣୀ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ, ସାମ୍ବାଦିକ ରଙ୍ଗନାଥ ବେହେରା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜଣେ ଖ୍ୟାତନାମା କ୍ରୀଡ଼ା ପ୍ରଶିକ୍ଷକ ଅଲେଖ ଚନ୍ଦ୍ର ବଳିଆରସିଂହ, ଯୁବ ସଂଗଠକ ପ୍ରଶାନ୍ତ କୁମାର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *