ବ୍ୟୁରୋ: ଜଟଣୀ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ନିକଟରେ ଗ୍ୟାସ ବୋଝେଇ ଟ୍ରକ ଧକ୍କାରେ ହୋଇଛି ଜଣେ ଛାତ୍ରଙ୍କ ମୃତ୍ୟୁ । ମୃତ ଛାତ୍ର ଜଣକ ହେଉଛନ୍ତି ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟର ସାର୍ଥକ ସୁତାର । ତାଙ୍କ ଘର କେଉଁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ । ସାର୍ଥକ ଆଜି ମଧ୍ୟାହ୍ନ ସମୟରେ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟରୁ ବାହାରି ବାଇକ ନେଇ ହନୁମାନ ବାଟିକା ଆଡକୁ ଯିବା ସମୟରେ, ତାଙ୍କୁ ଗ୍ୟାସ ବୋଝେଇ ଟ୍ରକ ( ଓଡ଼ି ୧୯ଜି ୭୭୩୪) ଧକ୍କା ଦେଇଥିଲା। ସାର୍ଥକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ନେବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା।  ଦୁର୍ଘଟଣା ଘଟାଇ ଥବା ଟ୍ରକ ଏବଂ ଡ୍ରାଇଭରକୁ ଜଟଣୀ ଥାନାରେ ଅଟକ ରଖାଯାଇଥିବା ପୋଲିସ କହିଛି।

Leave a Reply

Your email address will not be published. Required fields are marked *