ବ୍ୟୁରୋ: ଯୁବତୀଙ୍କୁ ଏକତରଫା ପ୍ରେମ ନିଦେବନକରି ପ୍ରେମରେ ବିଫଳ ହୋଇ ଧକା ମାରି ଭୟଭୀତ କରିବା ଘଟଣାରେ ଜଟଣୀ ପୋଲିସ ଜଣେ ଯୁବକଙ୍କୁ ଗିରଫକରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଯୁବକଙ୍କ ହେଲେ ଜଟଣୀ ଥାନା ଅଧିନ ଲୋକକଲୋନୀ ଅଞ୍ଚଳର ବିଜୁ ବେହେରା। ଜଟଣୀ ର ଜଣେ ଯୁବତୀଙ୍କୁ ଅଭିଯୁକ୍ତ ଯୁବକ ଜଣଙ୍କ ଗତ 5ବର୍ଷଧରି ଏକତରଫା ପ୍ରେମ ନିବେଦନ କରିଆସୁଥିଲେ। ଯୁବତୀ ଜଣକ କିନ୍ତୁ ଯୁବକଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଆସୁଥିଲେ। ଏଥିରେ ରାଗିଯାଇ ଅଭିଯୁକ୍ତ ଯୁବକ ଜଣଙ୍କ ଗତ କାଲି ଶୁକ୍ରବାର ସନ୍ଧ୍ୟାରେ ଯୁବତୀଙ୍କ ଘରକୁ ଯାଇ ପ୍ରେମ ନିବେଦନ କରିଥିଲେ । ଯୁବତୀ ପ୍ରେମ ପାଇଁ ମନାକରିବାରୁ ଅଭିଯୋଗକାରିଣୀ ଯୁବତୀ ଏବଂ ତାଙ୍କ ବଡ଼ଭଉଣୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଧକା ଦେଇ ଭାୟଭୀତ କରିଥିଲେ ଯୁବକ। ଭୟରେ ଯୁବତୀ ଓ ତାଙ୍କ ଭଉଣୀ ଚିତ୍କାର କରିଥିଲେ। ଚିତ୍କାର ଶୁଣି ପଡୋଶୀ ଆସିଯିବାରୁ ଯୁବକ ଜଣଙ୍କ ଘଟଣା ସ୍ଥଳରୁ ଯୁବକ ଜଣକ ପଳାଇଥିଲେ। ପୀଡିତ ଯୁବତୀ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯୁବତୀଙ୍କ ଅଭିଯୋଗ ଆଧାରରେ ଜଟଣୀ ପୋଲିସ ଘଟଣାର ତଦନ୍ତ କରି ଆଜି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଜଟଣୀ ଥାନା 286/24 ରେ ମାମଲା ରୁଜୁକରି ଯୁବକଙ୍କୁ କୋର୍ଟ ଚାଲାଣ କରିଥିବା ଜଟଣୀ ଥାନାଧିକାରୀ ସୂଚନା ଦେଇଛନ୍ତି।