ବ୍ୟୁରୋ: ପ୍ରାଣନାଥ ଫାଉଣ୍ଡେସନ ଏବଂ ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ତରଫରୁ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଉଭୟ ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ତଥା ନୋଟାରୀ ପବ୍ଲିକ ଅବନୀ କୁମାର ରାଉତରାୟଙ୍କ ତତ୍ୱାବଧାନରେ ସମସ୍ତ ସଭ୍ୟମାନେ ଜଟଣୀ ମିଲ ପୋଖରୀରେ ଗୋପବନ୍ଧୁ ଦାସଙ୍କ ଉଦ୍ଧେଶ୍ୟରେ ତିଳ ତର୍ପଣ କରିଥିଲେ। ପରେ ଗୋପବନ୍ଧୁ ଉଦ୍ୟାନ ପରିସରରେ ଥିବା ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

  ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ଜଟଣୀ ପୌର ପରିଷଦର ଅଧ୍ୟକ୍ଷ ଅନନ୍ତ ବେହେରା, ରବି ସ୍ୱାଇଁ, ଜବାହାରଲାଲ ସୁବୁଦ୍ଧି, ଦିବାକର ମଙ୍ଗରାଜ, ରାଜେନ୍ଦ୍ର ପଟ୍ଟନାୟକ, ସଞ୍ଜୀବ ସେଠ, ରବିନ୍ଦ୍ର ପ୍ରସାଦ ମିଶ୍ର, କିଶୋର ପାଇକରାୟ, ଅରୁଣ ମହାନ୍ତି, ବାସୁଦେବ ସେଠୀ, ସୁଶାନ୍ତ ରାଉତ, ତ୍ରିନାଥ ସାମନ୍ତରାୟ, ଆଦିନରାୟଣ ଖଣ୍ଡୁଆଳ, ସୁରେଶ ରଥ, ଗୌତମ ମହାରଣା ପ୍ରମୁଖ ଉପସ୍ଥିତ ରହି ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *