ଜଟଣୀ:  ଜଟଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ, ତାଲୁକସ୍ତରୀୟ ଆଇନ ସେବା କମିଟି ଜଟଣୀ ପକ୍ଷରୁ,  ତାଲୁକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ କୌର୍ଟର ବିଚାରପତି ହିତାଶ୍ରୀ ବେହେରା ଯୋଗଦେଇ ସ୍କୁଲର ପିଲାମାନଙ୍କୁ ନାରୀ ନିର୍ଯ୍ୟାତନା, ମହିଳାଙ୍କ ସୁରକ୍ଷା, ଅଧିକାର, ପୋକ୍ସ ଆକ୍ଟ, ଜୁଭେନାଇଲ ଜଷ୍ଟିସ ସହ ନାଗରିକ ମାନଙ୍କ ମୌଳିକ କର୍ତ୍ତବ୍ୟ ଉପରେ ସଚେତନତା କରାଇଥିଲେ ।

ଜଟଣୀ ବାର ଆସୋସିଏସନର ସମ୍ପାଦକ ବିଜୟ କୁମାର ମହାପାତ୍ର, ଆଇନଜୀବୀ ସଞ୍ଜୟ କୁମାର ମହାପାତ୍ର, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନା, ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ସରୋଜ ବଳିୟାରସିଂହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *