ବ୍ୟୁରୋ: ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ  ଶ୍ରୀ ରଘୁବର ଦାଶଙ୍କ ଅଧ୍ୟକ୍ଷତାରେ ତଥା ସମ୍ମାନୀୟ ଅତିଥି, ମାନ୍ୟବର ବିଚାରପତି ଶ୍ରୀ ସିଟି ରବିକୁମାର, ଭାରତ ସର୍ବୋଚ୍ଚ ନ୍ୟାୟାଳୟ, ଶ୍ରୀ ପୁଷ୍ପ କୁମାର ଯୋଶୀ, ଚେୟାରମ୍ୟାନ୍ କମ ପରିଚାଳନା ନିର୍ଦ୍ଦେଶକ, ଏଚପିସିଏଲ, ଡ଼ ବୀଭୀଆର ମୋହନ ରେଡ୍ଡୀ, ପ୍ରତିଷ୍ଠାତା ଚେୟାରମ୍ୟାନ୍, CYIENT ଏବଂ ପୂର୍ବତନ ଅଧ୍ୟକ୍ଷ NASSCOM , ଉପସ୍ଥିତିରେ ନିଜର ଏକାଦଶ ସମାବର୍ତ୍ତନ ଉତ୍ସବ ପାଳନ କରିଛି ।

ଆଜିର  ଏହି ସମାବର୍ତ୍ତନ ଉତ୍ସବରେ  ସର୍ବପ୍ରଥମେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା  ପଟ୍ଟନାୟକ ବାର୍ଷିକ  ବିବରଣୀ ଉପସ୍ଥାପନ କରିଥିଲେ । ବିବରଣୀ ପ୍ରଦାନ ଅବସରରେ  ପ୍ରଫେସର ପଟ୍ଟନାୟକ ମୁଖ୍ୟତଃ କହିଥିଲେଯେ  ଏକାଦଶ ସମ୍ମିଳନୀରେ ଏହିପରି ସମ୍ମାନିତ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିବାରୁ ଆମେ ଗରବାନ୍ୱିତ । ଏହି ସମାରୋହ କେବଳ ଆମର ସ୍ନାତକୋତ୍ତର ଛାତ୍ରମାନଙ୍କ ପାଇଁ ଏକ ମାଇଲଖୁଣ୍ଟ ନୁହେଁ ବରଂ ବିଶ୍ୱବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଏକ ପ୍ରମାଣ । ଗୁଣାତ୍ମକ ଶିକ୍ଷା, ସ୍ଥିରତା, ଏବଂ ସାମାଜିକ ସୁପ୍ରଭାବ ପ୍ରତି ଆମର ପ୍ରତିବଦ୍ଧତା NAAC A+ ସ୍ୱୀକୃତି ଏବଂ ଜାତିସଂଘ SDGs ସହିତ ଶ୍ରେଣୀବଦ୍ଧତା ମାଧ୍ୟମରେ ସ୍ପଷ୍ଟ ହୋଇଛି । ଏହି ବର୍ଷ, ୨୦୩ କମ୍ପାନୀ ୨୩୫୮ ଛାତ୍ରଛାତ୍ରୀଙ୍କୁ ଚାକିରି ପ୍ରଦାନ କରିଛନ୍ତି । ଛାତ୍ରଛାତ୍ରୀ ନିଜର ଶିକ୍ଷାର ସଦଉପଯୋଗ ଦ୍ଵାରା ଏକ ଊନତ ସମାଜ ଗଡିପରିବେ । ମହାମହିମ  ରାଜ୍ୟପାଳ  ନିଜ ବକ୍ତବ୍ୟ ଉପସ୍ଥାପନ କରି  ବିଶ୍ବବିଦ୍ୟାଳୟର କୌଶଳଭିତ୍ତିକ  ଶିକ୍ଷାକୁ ଲୋକାଭିମୁଖୀ କରିବାର ପ୍ରୟାସ ତଥା ଏହାର ସାମାଜିକ ଦାୟୀତ୍ବବୋଧକୁ  ନିର୍ବାହ କରିବା ନିମିତ୍ତ ପଦକ୍ଷେପକୁ   ପ୍ରଶଂସା  କରିଥିଲେ । ଛାତ୍ରଛାତ୍ରୀମାନଂକୁ  ଉପଦେଶ  ଦେଇ ମହାମହିମ ରାଜ୍ୟପାଳ କହିଥିଲେଯେ ” ଜୀବନରେ ସଫଳତା କିମ୍ବା ବିଫଳତା ଜୀବନର ଏକ ଅଂଶମାତ୍ର”  । ସବୁଠୁ ବଡ଼ କଥା ହେଲା  ଵିଵେକାନୁମୋଦିତ ଓ ସତ୍ୟନିଷ୍ଠାରେ କାର୍ଯ୍ୟ କରିବା ସହ ସମାଜରେ ସୁଖ ବିସ୍ତାର କରିବା । ଏହି ଉତ୍ସବରେ ସୁଙ୍କାରୀ କୃଷ୍ଣଭେନୀଙ୍କୁ ଭିଜିଟର୍ସ ସ୍ୱର୍ଣ୍ଣ ପଦକ,  ସତରୁପା ପଣ୍ଡାଙ୍କୁ ଧୀରନ ପଟ୍ଟନାୟକ ସ୍ୱର୍ଣ୍ଣ ପଦକ, ୩୭ ଜଣ  ଗବେଷକ ବିଶ୍ୱବିଦ୍ୟାଳୟରୁ  ଡକ୍ଟରେଟ  ଉପାଧି ହାସଲ କରିଥିଲା ବେଳେ ୧୭ ଜଣ ଛାତ୍ରଛାତ୍ରୀ ସ୍ଵର୍ଣ୍ଣପଦକ ଲାଭ କରିଛନ୍ତି ।  ବିଶ୍ୱବିଦ୍ୟାଳୟର ପ୍ରୋ  କୁଳପତି ବିଶ୍ଵଜୀତ ମିଶ୍ର ସଫଳତାର ସହିତ ଉତ୍ତୀର୍ଣ ହୋଇଥିବା  ଛାତ୍ରଛାତ୍ରୀଙ୍କୁ କର୍ତ୍ତବ୍ୟନିଷ୍ଠା  ଓ ମୂଲ୍ୟବୋଧ ସମ୍ପର୍କିତ ଶପଥପାଠ  କରାଇଥିଲେ ।  ଆଜିର ଏହି ସମାବର୍ତ୍ତନ ଉତ୍ସବରେ ବିଶ୍ବବିଦ୍ୟାଳୟର ସଭାପତି  ପ୍ରଫେସର ମୁକ୍ତିକାନ୍ତ  ମିଶ୍ର , ଉପସଭାପତି ପ୍ରଫେସର  ଡି.ଏନ  ରାଓ , ରେଜିଷ୍ଟ୍ରାର  ପ୍ରଫେସର  ଅନୀତା  ପାତ୍ର  ବିଶ୍ବବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା  ଓ ଛାତ୍ର ଛାତ୍ରୀ ଗଣ   ଯୋଗ ଦେଇଥିଲେ  ।

Leave a Reply

Your email address will not be published. Required fields are marked *