ବ୍ୟୁରୋ: ଜଟଣୀ ପୋୖର ପରିଷଦ ଅଧିନ ୨୨ନମ୍ବର  ୱାର୍ଡରେ, ଜଟଣୀ ତାଲୁକ୍ ଲିଗାଲ୍ ସର୍ଭିସ କମିଟି ପକ୍ଷରୁ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜଟଣୀ ଜେ.ଏମ୍.ଏଫ୍.ସି. ଶ୍ରୀମତୀ ହିତାଶ୍ରୀ ବେହେରା ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ ସରକାର ପକ୍ଷରୁ ରହିଥିବା ଆଇନଗତ ସୁବିଧା ଗୁଡିକ ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ।

ଜଟଣୀ ଲୟାର୍ସ ଆସୋସିଏସନର  ସମ୍ପାଦକ ଅରୁଣ କୁମାର ସାହୁ, ସହସଂପାଦକ ଅରୁଣ କୁମାର ଦାଶ, ଅଧିବକ୍ତା ପ୍ରଦୀପ ମହାନ୍ତି,ଶିବ ପ୍ରସାଦ ରଥ, ଟି. ଶ୍ରୀନିବାସ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *