ବ୍ୟୁରୋ: ଜଟଣୀର ବିଭିନ୍ନ ଅନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ପକ୍ଷରୁ ଜାତିର ପିତା ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଉଯାଇଛି। ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଏବଂ ପ୍ରାଣନାଥ ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠାନର ସଭାପତି ନୋଟାରୀ ଅବନି କୁମାର ରାଉତରାୟଙ୍କ ନେତୃତ୍ୱରେ ଅନୁଷ୍ଠାନର ସମ୍ପାଦକ ଜବାହରଲାଲ ସୁବୁଦ୍ଧି, ତ୍ରିନାଥ ସାମନ୍ତରାୟ, କିଶୋର ଚନ୍ଦ୍ର ପାଇକରାୟ, ରାଜେନ୍ଦ୍ର କୁମାର ସାହୁ, ବୈରାଗୀ ଜେନା, ସୁଶାନ୍ତ ରାଉତ ଧୀରେନ ପ୍ରତିହାରୀ ପ୍ରମୁଖ ସ୍ଥାନୀୟ ଗାନ୍ଧୀ ପାର୍କ ରେ ଏକତ୍ରିତ ହୋଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣକରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଜଟଣୀର ସାମାଜିକ ଅଗ୍ରଣୀ ଅନୁଷ୍ଠାନ ଜଟଣୀ ୟୁଥ ଫେଡେରେସନର ସଭ୍ୟ ଓ ପ୍ରୟାସ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ମାନେ ଏକାଠି ହୋଇ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ପରେ ସମସ୍ତେ ଗାନ୍ଧୀ ପାର୍କ ରେ ପହଞ୍ଚି ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣକରିଥିଲେ।  ଅନୁଷ୍ଠାନର ସମ୍ପାଦକ ଅନନ୍ତ ଶତପଥୀ, କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ରନାଥ ମହାକୁଡ଼, ଦୀପକ କୁମାର ମହାକୁଡ଼, ପ୍ରକାଶ ପାଟଶାଣୀ, ମନମୋହନ ରାଉତରାୟ, ଦିନେଶ ମଙ୍ଗରାଜ, ସର୍ଜନ ସାହାଣୀ, ବିକ୍ରମ ମହାପାତ୍ର, ରାମଚନ୍ଦ୍ର ମହାରଣା, ରାମ ମାର୍ଥା, ସୁନାକର ପାଇକରାୟ, ସୁଧାଶୁ ଶେଖର ସାହୁ ପ୍ରମୁଖ ଗାନ୍ଧୀଙ୍କ ବିଷୟରେ ନୀତି ଆଦର୍ଶରେ ଯିବା ପାଇଁ ଶପଥ ନେଇଥିଲେ।

ଜଟଣୀ ପୋୖର ପରିଷଦ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ର ଜୟନ୍ତୀ ପାଳିତ ହୋଇଯାଇଛି। ଜଟଣୀ ପୋୖର ପରିଷଦର ଅଧ୍ୟକ୍ଷ ଅନନ୍ତ ବେହେରାଙ୍କ ସଭାପତିତ୍ୱରେ ଗାନ୍ଧୀ ପାର୍କ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାନ୍ତି, କାଉନସିଲର ଶଶାଙ୍କ ଶେଖର ରାୟ, ବିଷ୍ଣୁ ସାହୁ, ଅକ୍ଷୟ ସାହୁଙ୍କ ସମେତ ପୋୖର ପରିଷଦର ସ୍ୱଚ୍ଛ କର୍ମୀ ଓ କର୍ମଚାରୀ ମାନେ ଏକାଠି ହୋଇ ଜଟଣୀକୁ ସ୍ଵଛ ରଖିବା ପାଇଁ ଶପଥ ନେଇଥିଲେ।

ସାମାଜିକ ଅନୁଷ୍ଠାନ ଜଟଣୀ ବିକାଶ ପରିଷଦ ପକ୍ଷରୁ ସଂଗଠନର ସଭାପତି ବିଜୟ କୁମାର ଛୋଟରାୟଙ୍କ ନେତୃତ୍ୱରେ  ସମସ୍ତ ସଭ୍ୟ ଗାନ୍ଧୀ ପାର୍କ ରେ ପହଞ୍ଚି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସୁଦର୍ଶନ ସୁନ୍ଦରାୟ, ବିଜୟ କୁମାର ପଣ୍ଡା, ସୁରେନ୍ଦ୍ର ସାହୁ, ଶଶାଙ୍କଶେଖର ରାୟ, ବିଷ୍ଣୁ ସାହୁ, ପ୍ରଶାନ୍ତ ମିଶ୍ର, ମନୋଜ ସ୍ୱାଇଁ, ଏନ. ସୀତା ପ୍ରମୁଖ ଯୋଗଦେଇଥିଲେ। ପରେ ଅନୁଷ୍ଠାନ ପକ୍ଷରୁ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।

ଜଟଣୀ ବିଜେପି ପକ୍ଷରୁ ମଧ୍ୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ହୋଇଯାଇଛି। ବିଜେପି କର୍ମୀ ମହେଶ ମିଶ୍ର, ତିରୁପତି ଶତପଥୀ, ପ୍ରଦୀପ ଜେନା, ନାଗ ଭୂଷଣ ରାୟ, ଚିତ୍ତରଞ୍ଜନ ସୁନ୍ଦରାୟ, ପ୍ରଶାନ୍ତ ବରାଳ, କବି ପାଇକରାୟ ପ୍ରମୁଖ ବାଛରା ମେଳଣ ପଡ଼ିଆ ଯାଇ ସେଠାରେ, ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି, ରାମଧୁନ ଗାନ କରିବା ସହ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ କରିଥିଲେ।

Leave a Reply

Your email address will not be published. Required fields are marked *