ବ୍ୟୁରୋ: ଜଟଣୀ କୁଦିଆରି ର ଗ୍ରାମଦେବୀ ମା’ ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବର ନବମୀ ତିଥିରେ ମା’ ସିଦ୍ଧିଦାତ୍ରୀ  ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ସକାଳୁ ସାଲା ମଣ୍ଡନ, ସୂର୍ଯ୍ୟ ପୂଜା ସରିବା ପରେ ମା’ ଏକ ସ୍ୱତନ୍ତ୍ର ପାଲିଙ୍କି ଯୋଗେ ନଗର ପରିକ୍ରମା କରି ଭଉଣୀ ଗଡ଼ ବଘେଇଁଙ୍କ ପାଖରେ ପହଞ୍ଚି ଥିଲେ । ସେଠାର ବଘେଇଁ କମିଟି ତରଫରୁ ଆୟୋଜିତ ପ୍ରସାଦ ମା’ଙ୍କ ପାଖରେ ଲାଗି ହୋଇଥିଲା। ପରେ ସନ୍ଧ୍ୟାରେ ମା’ ନିଜ ଆସ୍ଥାନ କୁ ଫେରିଥିଲେ। ପରେ  ମା’ ଙ୍କୁ ମହାସ୍ନାନ କରାଯାଇ ସିଦ୍ଧିଦାତ୍ରୀ ବେଶରେ  ସଜ୍ଜିତ କରାଯାଇଥିଲା । ମା’ଙ୍କର ଗୁପ୍ତ ପୂଜା ସରିବା ପରେ ଆଳତି ହୋଇଥିଲା। ମା’ ଆଜି ଚତୁର୍ଭୁଜା,  ପଦ୍ମାସନ, ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ ପୂର୍ବକ ବେଶ ରେ ଦର୍ଶନ ଦେଇଥିଲେ ।

ନବମୀ ତିଥି ହୋଇଥିବାରୁ ଆଜି ନଅ ଜଣ କୁମାରୀ କନ୍ୟାଙ୍କୁ ମା’ଙ୍କ ନଅ ଗୋଟି ସୁରୂପରେ ସଜାଯାଇ ଯଜ୍ଞ ମଣ୍ଡପ ଉପରେ ପୂଜା କରାଯାଇଥିଲା। ଷୋଡଶ ଉପଚାର ପୂଜା ମହା ସପ୍ତ ସତି ସମ୍ପୂର୍ଣ ଚଣ୍ଡୀ ଆହୁତି ପୀଠରେ ଚାଲିଥିଲା । ଆସନ୍ତା କାଲି ବୁଧୁବାର ବିଶ୍ରାମ ଦିବସ ଓ ଗୁରୁବାର  ସଂନ୍ଧ୍ୟା ରେ ପୂର୍ଣ୍ଣାହୁତି ସହିତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିବା କହିଛନ୍ତି ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା । କମିଟିର ସଭପତି ରାଧା ମୋହନ ପଟ୍ଟନାୟକ,  ସମ୍ପାଦକ ଏଲ ଡ଼ି ମହାନ୍ତି, ଅଶୋକ ଦାଶ , ଭାଗିରଥି ପ୍ରଧାନ,  ପୂର୍ଣଚନ୍ଦ୍ର ସାହାଣୀ , ନାଗଭୂଷଣ ରାୟ,  ସୁରଜ ସୁନ୍ଦରାୟ,  ଲୁସେନ ରାୟ , ବାପି, ବୁଦ୍ଧିଆ ମିହାପାତ୍ର , ନିତ୍ୟ ସେବକ ଚଟୁକର, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *