ବ୍ୟୁରୋ: ଜଟଣୀ କୁଦିଆରି ର ଗ୍ରାମଦେବୀ ମା’ ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବର ଅଷ୍ଟମୀ ତିଥିରେ ମା’ ମହାଗୌରୀ ବେଶରେ ସଜ୍ଜିତ ହୋଇ ଦର୍ଶନ ଦେଇଥିଲେ l ସକାଳୁ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ସରିବା ପରେ, ସନ୍ଧ୍ୟା ସମୟରେ ମା’ ଙ୍କୁ ମହାସ୍ନାନ କରାଯାଇ ମହାଗୌରୀ ବେଶରେ ସଜ୍ଜିତ କରାଯାଇଥିଲା । ପରେ ଗୁପ୍ତ ପୂଜା ହୋଇଥିଲା। ପରେ ମା’ ଙ୍କର ଆଳତି ହେବା ସହିତ ଦ୍ୱାର ଫିଟାଯାଇ ଭକ୍ତ ମାନଙ୍କୁ ମା’ ଦର୍ଶନ ଦେଇଥିଲେ । ମା’ ଚତୁର୍ଭୁଜା, ଭୃସବ ବାହିନୀ, ଦକ୍ଷିଣ ପାର୍ଶ୍ୱ ତଳ ହସ୍ତେ ଆଶୀର୍ବାଦ ମୁଦ୍ରା ଓ ଉପର ହସ୍ତେ ତ୍ରିଶୂଳ ଧାରଣ କରିଥିବା ବେଳେ ବାମ ପାର୍ଶ୍ୱ ତଳ ହସ୍ତେ ଡମ୍ବୁରୁ ଉପର ହସ୍ତେ ଅଭୟ ଆଶୀର୍ବାଦ ମୁଦ୍ରାରେ ଦର୍ଶନ ଦେଇଥିଲେ । ଷୋଡଶ ଉପଚାର ପୂଜା ମହା ସପ୍ତ ସତି ସମ୍ପୂର୍ଣ ଚଣ୍ଡୀ ଆହୁତି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପୀଠରେ ଚାଲିଥିଲା । ଆଜି ମା’ ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେବେ ବୋଲି ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା କହିଥିଲେ । ସଭପତି ରାଧାମୋହନ ପଟ୍ଟନାୟକ, ଅଶୋକ ଦାଶ , ଭାଗିରଥି ପ୍ରଧାନ, ପୂର୍ଣଚନ୍ଦ୍ର ସାହାଣୀ , ଆଡ଼ଭୋକେଟ ସୁରେଶ ଚନ୍ଦ୍ର ମିଶ୍ର, ଚନ୍ଦ୍ରଶେଖର ପଣ୍ଡା, ମୀରା ଦଳାଇ , ରାନୁ ମଙ୍ଗରାଜ , ପ୍ରମିଳା ସାହାଣୀ, ନିତ୍ୟ ସେବକ ଚଟୁକର ସମ୍ପାଦକ ଏଲ ଡ଼ି ମହାନ୍ତି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।