ବ୍ୟୁରୋ: ଗତ କିଛି ଦିନ ହେବ ଜଟଣୀ ସହରର ମୁଖ୍ୟ ରାସ୍ତା ମରାମତି କାର୍ଯ୍ୟ ଚାଲୁଅଛି।  ଖୋର୍ଦ୍ଧା ଆର ଆଣ୍ଡ ବି ପକ୍ଷରୁ ମୁଖ୍ୟ ରାସ୍ତାରେ ପିଚୁ ବିଛାଇବା ସହିତ ରାସ୍ତାର ଉଭୟ ପାର୍ଶ୍ଵର ରାସ୍ତା ପ୍ରଶସ୍ତ କାର୍ଯ୍ୟ ହେଉଛି। ଠିକା ସଂସ୍ଥା ଜେସିବି ସାହାଯ୍ୟରେ ରାସ୍ତା ଖୋଲିବା ସହ ଡ୍ରେନ ଉପରେ ପଡିଥିବା ସ୍ଲାବ କୁ ଖୋଳି ଠିକ ସମୟରେ କାମ ନକରିବାରୁ ଲୋକମାନେ ହଇରାଣ ହେଉଥିବା ଅଭିଯୋଗ ହେଉଛି। ଲୋକମାନେ ରାସ୍ତା କାମକୁ ପ୍ରଶଂସା କରୁଥିବା ବେଳେ , ଠିକା ସଂସ୍ଥାର ମନମାନି ଏବଂ ପ୍ରଶାସନର ଅବହେଳା ପାଇଁ ସାଧାରଣ ଲୋକେ ହଇରାଣ ହେଉଛନ୍ତି।

ଜଟଣୀ ହରିଭାଇନା ଛକ ନିକଟ ରାମଚନ୍ଦ୍ରପୁର ବଜାରର ପ୍ରଦୀପ୍ତ କୁମାର ଶତପଥି, ତାଙ୍କ ଘର ଭିତରେ ଡ୍ରେନ ର କଳା ପାଣି ପଶୁଥିବା ଅଭିଯୋଗ ସୋସିଆଲ ମିଡିଆରେ କରିଛନ୍ତି। ଶ୍ରୀ ଶତପଥୀ ଅଭିଯୋଗ ଆଣିଛନ୍ତି  ତାଙ୍କ ଘର ଆଗରେ ଥିବା ଡ୍ରେନକୁ ଜେସିବି ଦ୍ୱାରା ତାଡି ଦେବାରୁ , ତାଙ୍କ ଘରେ ଡ୍ରେନର ମଇଳା କଳା ପାଣି ପଶୁଛି। ଏଥିପାଇଁ ପ୍ରଦୀପ୍ତ କୁମାର ଶତପଥିଙ୍କ ପରିବାର ଲୋକେ ବିଭିନ୍ନ ସମସ୍ୟାର ସମୁଖୀନ ହୋଇଛନ୍ତି। ଘରେ ଡ୍ରେନ ପାଣି ପଶିବା ଦ୍ୱାରା ଘର ପଚା ଦୁର୍ଗନ୍ଧ ହେବା ସହ  ମଶା, ମାଛି ଓ ପୋକଜୋକ ପଶୁଥିବା ଅଭିଯୋଗ ଆଣିଛନ୍ତି।

ପ୍ରଦୀପଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ,  ତାଙ୍କ ସମସ୍ୟା କୁ କେହି ବୁଝୁ ନଥିବାରୁ ସେ ବାଧ୍ୟ ହୋଇ ଭିଡିଓ କରି ସୋସିଆଲ ମିଡ଼ିଆ ମାଧ୍ୟମରେ ସମସ୍ୟା ବିଷୟରେ ପ୍ରଶାସନ କୁ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *