ବ୍ୟୁରୋ : ଜଟଣୀ ବଡତୋଟା ଶ୍ରୀ ପଞ୍ଚମୁଖୀ ହନୁମାନ ଦେବଙ୍କ ପୀଠରେ, ମହାବୀର ସତସଙ୍ଗ ପକ୍ଷରୁ ୨୮ ତମ ବାର୍ଷିକ ୧୦୮ ହନୁମାନ ଚାଳିଶା ପାରାୟଣ ଅନୁଷ୍ଠିତ ହୋଇଯାଇଛି।

ସକାଳୁ ପଞ୍ଚମୁଖୀ ହନୁମାନ ଦେବଙ୍କ ପୂଜାର୍ଚ୍ଚନା ସରିବା ପରେ ନଗର କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ପରେ ମହାବୀର ସତସଙ୍ଗ ର ସଭ୍ୟ ମାନେ ୧୦୮ ହନୁମାନ ଚାଳିଶା ପାଠ କରିଥିଲେ। ଅପରାହ୍ନ ସମୟରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆମରି ସତ୍ୟ ର ପ୍ରତିଷ୍ଠାତା ପ୍ରମୋଦ ଦାସ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ବିଜେଡି ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୁତିଭୂଷଣ ବଳବନ୍ତରାୟ, ବରିଷ୍ଠ ନେତା ଡ଼. ସନ୍ତୋଷ ଜେନା, ମନ୍ମଥ ରାଉତରାୟ, ଅବସରପ୍ରାପ୍ତ ଶିକ୍ଷକ ଜବାହାରଲାଲ ସୁବୁଦ୍ଧି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ବିଭିନ୍ନ କଳା, ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ୧୦୦ ଜଣ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନରେନ୍ଦ୍ର କୁମାର ରାଜଗୁରୁ, ପ୍ରକାଶ କୁମାର ସାହୁ, ସୁକାନ୍ତ ସାହୁ, ରବୀନ୍ଦ୍ର କୁମାର ସାହୁ, ଯୋଗେଶ ଛୁଆଳସିଂ, ଅଭିମନ୍ୟୁ ଦାସ, ଅଜୟ ସାମନ୍ତସିଂହର, ଲକ୍ଷ୍ମଣ ପୃଷ୍ଟି ମହାବୀର ସତସଙ୍ଗର ସମସ୍ତ ସଭ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବଡ଼ତୋଟା ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *