ବ୍ୟୁରୋ: ଭୁବନେଶ୍ୱର ରୁ ଜବତ ହେଲା ଆଖ୍ ଖୋସିଦେଲା ଭଳି ସୁନା । ବ୍ୟାଙ୍କରେ ଟଙ୍କା ଲୋଡ଼ ହେଉଥ‌ିବା ଗାଡ଼ିରେ ଚୋରା ସୁନା ଚାଲାଣ ହେଉଥିବା ବେଳେ ଚଢ଼ାଉ କଲା  ସିଟି ଜିଏସଟି ବିଭାଗ। ଆଉ ଜବତ କଲା ଦୁଇଟି ଚୋରା ସୁନା ଭରା କଣ୍ଟେନର । ସେହି କଣ୍ଟେନରରୁ ଜବତ ହୋଇଛି ୮୦ କେଜି ସୁନା ଓ କୁଇଣ୍ଟାଲରୁ ଅଧିକ ରୂପା । ଏହି ଜବତ ସୁନା ରୁପା ର ଆନୁମାନିକ ମୂଲ୍ୟ ୩୦ କୋଟି ଟଙ୍କା ହେବ ବୋଲି ଜଣ ସୂଚନା ମିଳିଛି। ଏତେ ପରିମାଣର ସୁନା କିଏ, କେଉଁଠାରୁ ଆଣୁଥିଲା ତାହାର ତଦନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *