ବ୍ୟୁରୋ:  ଜଗତର କଲ୍ୟାଣ ପାଇଁ ଜଟଣୀର ସାମାଜିକ ଅନୁଷ୍ଠାନ, ଜଟଣୀ ବିକାଶ ପରିଷଦର ସମସ୍ତ କର୍ମକର୍ତ୍ତାମାନେ ଏକ ବିରାଟ ଶୋଭାଯାତ୍ରାରେ ଯାଇ, ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାର ସମସ୍ତ ମଣ୍ଡପ ବୁଲି ପୂଜାର୍ଚ୍ଚନା କରିଥିଲେ।

ଅନୁଷ୍ଠାନ ପକ୍ଷରୁ ପ୍ରଭୁ ଗଜାନନଙ୍କ ସହ ମାତା ଲଷ୍ମୀ ଓ ମାତା ସରସ୍ୱତୀଙ୍କୁ  ଦୀପ, ଧୂପ  ଫୁଲ ଦେଇ ପୂଜା କରିବା ପରେ ଭୋଗ ଆଟିକା ପ୍ରସାଦ ଲାଗି କରାଯାଇଥିଲା। 

ଏହି କାର୍ଯ୍ୟକ୍ରମରେ ଜଟଣୀ ପରିଷଦର ସଭାପତି ବିଜୟ କୁମାର ଛୋଟରାୟଙ୍କ ସହ   କାର୍ଯ୍ୟକାରୀ ସଭାପତି ବିଘ୍ନେଶ ବଳବନ୍ତରାୟ, ସମ୍ପାଦକ ସୁଦର୍ଶନ ସୁନ୍ଦରାୟ, ବିଜୟ କୁମାର ପଣ୍ଡା, ଏନ. ସୀତା, ରାଜକିଶୋର ପଟନାୟକ, ପି. ରାଜ କୁମାରୀ, ବିଷ୍ଣୁ ସାହୁ, ଆଶୁତୋଷ ରାୟ, ସୁରେନ୍ଦ୍ର ସାହୁ, ସୁଶାନ୍ତ ରାଉତ କୈଳାସ ମହାପାତ୍ର, ପ୍ରଫୁଲ ସାବତଙ୍କ ସହ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *