ବ୍ୟୁରୋ: ଷ୍ଟେଜରେ ଛିଡା ହୋଇ ପ୍ରଭୁ ଜଗନ୍ନାଥଙ୍କ ‘ଭକତ ବିଦୁର’  ଭଜନ ଗାଉଥିବା ବେଳେ ଟଳି ପଡିଲେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ । ସ୍ବର୍ଗତ ଶ୍ରୀ ଦାସ ଗାଉଥିବା ଭାଜନ ର ଶେଷ ଧାଡ଼ି ଥିଲା ନଶୁଣ ହେ ଭଗବାନ। ବାସ୍, ଏଇ ପଦକ ଗାଇବା ପରେ ହଟାତ ଅତିରିକ୍ତ ଜିଲ୍ଲାପାଳ ଟଳି ପଡ଼ିଥିଲେ।

ସୂଚନା ମୁତାବକ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ, ପାରଳାଖେମୁଣ୍ଡିରେ ଏକ ବନ୍ଧୁତ୍ଵପୂର୍ଣ୍ଣ ନୈଶ୍ୟ ଭୋଜିରେ ଯୋଗଦେଇ ସେଠାରେ ଭଜନ ଗାଉଥିଲେ। ଏହି ସମୟରେ ସେ ହଠାତ୍ ଅସୁସ୍ଥ ହୋଇ ଷ୍ଟେଜ୍ ଉପରେ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଲା ତାହା ଜଣାପଡ଼ିନାହିଁ।

Leave a Reply

Your email address will not be published. Required fields are marked *