ବ୍ୟୁରୋ: ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ବାନ୍ଧିଥାଏ ରାଖୀ। ଆଉ ଭାଇ ରାଖୀ ବଦଳରେ ଭଉଣୀକୁ ଦେଇଥାଏ ସୁରକ୍ଷାର ପ୍ରତିଶ୍ରୁତି। ହେଲେ ଆଜି ଜଣେ ଭାଇ ନିଜ ଭଉଣୀକୁ ସୁରକ୍ଷା ଦେବା ବଦଳରେ, ନେଇଛି ତାର ଜୀବନ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ।   କେନ୍ଦୁଝର ଜିଲ୍ଲା, ପାଣ୍ଡପଡା ଥାନା ଅଧିନ ସୋମଗିରି ଗାଁର ପ୍ରସନ୍ନ ବାରିକ, ଆଜି ଭଉଣୀ ମାଳତୀ ବେହେରାକୁ ସାମାନ୍ୟ ଘଟଣାକୁ ନେଇ ଗୁଳି ମାଡ଼ କରିଥିଲେ। ପରେ ମାଳତୀଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ମୁତାବକ ଭାଇ ପ୍ରସନ୍ନଙ୍କ ଦେହ ଖରାପ ଥିଲା, ଚିକିତ୍ସା ପାଇଁ ସେ ଭଉଣୀ ମାଳତୀକୁ ଟଙ୍କା ମାଗିଥିଲେ। ହେଲେ ଭଉଣୀ ଟଙ୍କା ନଦେବାରୁ, ପ୍ରସନ୍ନ ରାଗିଯାଇ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ମାଳତୀକୁ ଗୁଳି ମାଡ଼ କରି ହତ୍ୟା କରିଥିବା ଜଣାପଡିଛି। ପରେ ଅଭିଯୁକ୍ତ ପ୍ରସନ୍ନ ଥାନାରେ ଆତ୍ମସମର୍ପଣ କରିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛି।

Leave a Reply

Your email address will not be published. Required fields are marked *