ବ୍ୟୁରୋ: ଗତ ୨୫ ତାରିଖରେ ରାଜ୍ୟରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ  ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ଜଟଣୀ ନିର୍ବାଚନମଣ୍ଡଳୀରେ ମଧ୍ୟ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜଟଣୀ ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୪୫ ହଜାରରୁ ଉର୍ଦ୍ଧ ଭୋଟର ଆସନ୍ତା ୨୫ ତାରିଖରେ ନିଜର ମତଦାନ କରିବେ।

ଚଳିତ ଥର ୨୧୭୦ ନୂତନ ଭୋଟର ପ୍ରଥମ ଥର ନିଜର ମତଦାନ କରିବେ। ସକାଳ ୭ ଟା ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟର ମାନେ ମତଦାନ କେନ୍ଦ୍ର କୁ ଆସି ନିଜର ମତଦାନ କରିପାରିବେ।  ଏଥିପାଇଁ ସମୁଦାୟ ୨୫୪ ଟି ମତଦାନ କେନ୍ଦ୍ର ପ୍ରସ୍ତୁତ ହୋଇଛି। ଏଥି ମଧ୍ୟରୁ ୪୭ ଟି ସଖି ମତଦାନ କେନ୍ଦ୍ର ରହିଛି, ଯାହାକୁ ମହିଳା ପୋଲିଂ ଅଧିକାରୀ ମାନେ ପରିଚାଳନା କରିବେ। ସେହିପରି ୨୮ ଟି ମିଶ୍ରିତ ମତଦାନ କେନ୍ଦ୍ର ରହିଛି, ଯାହାକୁ ଉଭୟ ମହିଳା ଓ ପୁରୁଷ ପୋଲିଂ ଅଧିକାରୀ ମାନେ ମତଦାନ କେନ୍ଦ୍ର ପରିଚାଳନା କରିବେ। ୧ ଟି ଦିବ୍ୟାଙ୍ଗ ମତଦାନ କେନ୍ଦ୍ର ରହିଛି, ଯାହାକୁ ଦିବ୍ୟାଙ୍ଗ  ପୋଲିଂ ଅଧିକାରୀ ମାନେ ପରିଚାଳନା କରିବେ। ୧୭୮ ଟି ସାଧାରଣ ମତଦାନ କେନ୍ଦ୍ର ରହିଛି ଯାହାକୁ କେବଳ ପୁରୁଷ ପୋଲିଂ ଅଧିକାରୀ ମାନେ ପରିଚାଳନା କରିବେ।

ଗ୍ରୀଷ୍ମ ପ୍ରବାହ କୁ ଆଖିରେ ରଖି ବୁଥ୍ ରେ ପାନୀୟ ଜଳ ଓ ଘୋଳ ଦହି ର ବ୍ୟବସ୍ଥା ମଧ୍ଯ କରାଯାଇଛି, ସେହିପରି ଦିବ୍ୟାଙ୍ଗ ଭୋଟର୍ ମାନଙ୍କ ପାଇଁ ବୁଥ୍ ରେ Wheel chair ର ବ୍ୟବସ୍ଥା କରାଯାଇଛି। ୨୫୪ ଟି ବୁଥ୍ ମଧ୍ୟ ରୁ ୧୫୩ ଟି ବୁଥ୍ ରେ web casting ର ବ୍ୟବସ୍ଥା କରାଯାଇଛି। ୩୫ଟି ବୁଥ୍ କୁ Critical ଓ ୨ ଟି ବୁଥ୍ କୁ Vulnerable ଘୋଷଣା କରାଯାଇଛି। ଆସନ୍ତା କାଲି ୧୭୮ ଟି ସାଧାରଣ ବୁଥ୍ ର ପୋଲିଂ ଅଧିକାରୀ ମାନେ ମତଦାନ ପାଇଁ ଆବଶ୍ୟକ ଥିବା ସମସ୍ତ ଜିନିଷ ନେଇ ମତଦାନ କେନ୍ଦ୍ରରେ ପହଞ୍ଚିବେ। ବାକି ୭୬ ଟି ସଖି, ଉଭୟ ମହିଳା ଓ ପୁରୁଷ ଏବଂ ଦିବ୍ୟାଙ୍ଗ ବୁଥ୍ ର ପୋଲିଂ ଅଧିକାରୀ ମାନେ ମତଦାନ କେନ୍ଦ୍ରରେ ପହଞ୍ଚିବେ। ସମସ୍ତ ମତଦାତା ନିଜ ନିଜ ବୁଥ୍ କୁ ଯାଇ ମତ ଦାନ କରି ନିର୍ବାଚନର ଏ ମହା ପର୍ବରେ ସାମିଲ୍ ହେବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *