ବ୍ୟୁରୋ: ଆଜି ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ୩୦୫ ପ୍ରାର୍ଥୀଙ୍କ ହେଉଛି ଭାଗ୍ୟ ପରୀକ୍ଷା। ସବୁଠି ଶୃଙ୍ଖଳାର ସହ ଭୋଟର ମାନେ ଆସି ତାଙ୍କର ମତଦାନ କରୁଛନ୍ତି। ପୋଲିସ ବିଭାଗ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକସଭା ଆସନ ଓ ୩୫ ବିଧାନସଭା ଆସନ ପାଇଁ ଜନତା ତାଙ୍କ ପ୍ରତିନିଧି ବାଛୁଛନ୍ତି। ବରଗଡ, ବଲାଙ୍ଗୀର, ସୁନ୍ଦରଗଡ, କନ୍ଧମାଳ ଓ ଆସ୍କା ସଂସଦୀୟ କ୍ଷେତ୍ର ସହ ଏହା ଅଧିନରେ ଥିବା ୩୫ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ ଗ୍ରହଣ । ମଇଦାନରେ ଅଛନ୍ତି ୩୦୫ ଜଣ ପ୍ରାର୍ଥୀ । ୭୯,୬୯,୮୮୭ ମତଦାତା ଆଜି ତାଙ୍କର ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି।

Leave a Reply

Your email address will not be published. Required fields are marked *