ବ୍ୟୁରୋ : ଚଳିତବର୍ଷ କଟକ ଦୁର୍ଗାପୂଜା ଭସାଣିରେ ବାଜିବନି ଡିଜେ। କଟକ ଦୁର୍ଗାପୂଜା କୁ ନେଇ ଆଜି ଶାନ୍ତି କମିଟି ବୈଠକ ବସିଥିଲା। ଏହି ବୈଠକରେ ଭାଷାଣିରେ ଡିଜେ କୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି ।

ବୈଠକ ପରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଦେଇଛନ୍ତି। ଦୁର୍ଗା ପୂଜା ଭସାଣୀରେ ୬ଟି ବକ୍ସ ବଜାଇବାକୁ ଅନୁମତି ମିଳିଥିବା ବେଳେ ଡିଜେ କୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି । ସେହିପରି ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି । ପୂଜା ପାଇଁ କୌଣସି ବ୍ୟକ୍ତି ଠାରୁ ଜୋର ଜବରଦସ୍ତ ଚାନ୍ଦା ମାଗିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କମିଶନର।

Leave a Reply

Your email address will not be published. Required fields are marked *