ବ୍ୟୁରୋ: ଦଶପଲ୍ଲା ରେଲୱେ ଷ୍ଟେସନରେ ଅଣସଂରକ୍ଷିତ ଟିକେଟ୍ ସିଷ୍ଟମ୍ (UTS) – ସହିତ-ପାସେଞ୍ଜର ସଂରକ୍ଷିତ ସିଷ୍ଟମ୍ (PRS) ଟିକେଟ୍ କାଉଣ୍ଟରର ଖୋଲାଯାଇଛି। ରେଳମନ୍ତ୍ରୀ ଦେଇଥିବା ପ୍ରତିଶୃତି ୧୦ ଦିନ ମଧ୍ୟରେ ପୂରଣ ହୋଇଛି । ଯାତ୍ରୀମାନେ ଏବେ ଟିକେଟ କାଉଣ୍ଟରରୁ ଅଣସଂରକ୍ଷିତ ଟିକେଟ୍ ସହିତ, ଯେକୌଣସି ଷ୍ଟେସନଠାରୁ ଯେକୌଣସି ଷ୍ଟେସନ ପର୍ଯ୍ୟନ୍ତ ସମସ୍ତ ଟ୍ରେନର ସଂରକ୍ଷିତ ଟିକେଟ୍ ମଧ୍ୟ ବୁକ୍ କରିପାରିବେ । ଜାନୁୟାରୀ ୬ରେ ଦଶପଲ୍ଲା ରେଲୱେ ଷ୍ଟେସନର ଉଦଘାଟନ ସମୟରେ ଜନସାଧାରଣ ଦାବୀ କରିଥିଲେ ଟିକେଟ କାଉଣ୍ଟର  ପାଇଁ ଯାହା ଆଜି ପୂରଣ ହୋଇଛି। ବର୍ତ୍ତମାନ ଦଶପଲ୍ଲା ରେଲୱେ ଷ୍ଟେସନରେ ଏହି UTS ଏବଂ PRS ଟିକେଟ୍ କାଉଣ୍ଟର ରେ ଯାତ୍ରୀମାନେ ଉଭୟ ସଂରକ୍ଷିତ ଏବଂ ଅଣସଂରକ୍ଷିତ ଟିକେଟ୍ କ୍ରୟ କରିପାରିବେ । ସଂରକ୍ଷିତ ଟିକେଟ୍ ସୁବିଧା ରବିବାର ବ୍ୟତୀତ ସକାଳ ୮ ଘଣ୍ଟାରୁ ଅପରାହ୍ନ ୩ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଦିନରେ ଉପଲବ୍ଧ ହେବ । ଅଣସଂରକ୍ଷିତ ସଂରକ୍ଷିତ ଟିକେଟ୍ ସୁବିଧା ୨୪ ଘଣ୍ଟା ଉପଲବ୍ଧ ହେବ।

Leave a Reply

Your email address will not be published. Required fields are marked *