ବ୍ୟୁରୋ: ଲୁଟ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଜଟଣୀ ପୋଲିସ  ଗିରଫକରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଜଟଣୀ ବୁଢ଼ାପଢା ଗ୍ରାମର ବୃନ୍ଦାବନ ସାହୁ ଓରଫ ଚିକୁ(୨୫) ଏବଂ ବୁଢ଼ାପଢା ପ୍ରଧାନସାହିର ଖଗେଶ୍ୱର ପ୍ରଧାନ ଓରଫ ଜଗା(୨୩)। ଜଟଣୀ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫ଟି ମୋବାଇଲ ଫୋନ ଓ ଗୋଟେ ମୋଟର ସାଇକେଲକୁ ଜବତ କରିଛି। ଜଟଣୀ ଥାନା କେସ ନମ୍ବର ୧୫୩/୨୪ରେ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଜଟଣୀ ଥାନା ଅଧିକାରୀ ସୌମ୍ୟକାନ୍ତ ବଳିୟାରସିଂ। ସୂଚନା ଅନୁଯାୟୀ ଗତ ୮ ତାରିଖରେ ଜି. ହୃଷି ରାଓଙ୍କ ଭଉଣୀ ଘରକୁ ଫେରୁଥିଲା ସମୟରେ ଗିରଫ ଦୁଇ ଅଭିଯୁକ୍ତ ଏକ ମୋଟର ସାଇକେଲରେ ଆସି ତାଙ୍କ ଠାରୁ ମୋବାଇଲ ଫୋନ ଛଡାଇ ପଳାଇଥିଲେ। ପରେ ଘଟଣା ବିଷୟରେ ଜି. ହୃଷି ରାଓ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଜଟଣୀ ପୋଲିସ ତଦନ୍ତକରି, କୁଦିଆରୀ ଖେଳପଡିଆ ନିକଟରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୫ ଟି ମୋବାଇଲ ଫୋନ ସହ ଗୋଟିଏ ମୋଟରସାଇକେଲକୁ ଜବତ କରିଛନ୍ତି।

Leave a Reply

Your email address will not be published. Required fields are marked *