ବ୍ୟୁରୋ : ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ଜଟଣୀ ବିଷ୍ଣୁ ମନ୍ଦିର ପରିସରରେ ଚୁଡ଼ାଘଷା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଭୁ ଶ୍ରୀ ବିଷ୍ଣୁ ମନ୍ଦିର ସିଂହାସନରେ ବସିଥିବା ବେଳେ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ତଥା ବିକାଶ ପରିଷଦର ସଭାପତି ବିଜୟ କୁମାର ଛୋଟରାୟ, ଅଧ୍ୟାପକ ବିଜୟ କୁମାର ପଣ୍ଡା, ଶିକ୍ଷାବିତ ସୁଶାନ୍ତ କୁମାର ରାଉତ, ଆଇନଜୀବୀ ଅକ୍ଷାଂଶୁ ଶେଖର ନାୟକ, ଆଇନଜୀବୀ ତଥା ସମାଜସେବୀ ସୌମେନ୍ଦ୍ର ପଟ୍ଟନାୟକ, ଜଟଣୀ ବାର ଆସୋସିଏସନ୍ ର ସଭାପତି ଶରତ ପାଇକରାୟ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ସନ୍ତୋଷ କୁମାର ହୋତା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କଣ୍ଠଶିଳ୍ପୀ ବିଶ୍ୱନାଥ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ଶ୍ରୀ ଜଗନ୍ନାଥଙ୍କ ପରମ୍ପରାରେ ଜଡ଼ିତ ତଥା ମହାପ୍ରଭୁଙ୍କ ଷାଠିଏ ପଉଟି ବ୍ୟଞ୍ଜନ ମଧ୍ୟରେ ଶୁଖିଲା ବ୍ୟଞ୍ଜନ ଚୁଡ଼ାଘଷା ଅନ୍ୟତମ, ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ବିଭିନ୍ନ ଦିବସ ପାଳନ ହେଉଥିବା ବେଳେ ଆମ ଉତ୍କଳୀୟ ସଂସ୍କୃତିରେ ଜଡ଼ିତ ଚୁଡ଼ାଘଷାକୁ ପ୍ରତ୍ୟେକ ବର୍ଷ ମଇ ମାସ ୧୬ ତାରିଖକୁ ଚୁଡ଼ାଘଷା ଦିବସ ଭାବେ ପାଳନ କରିବା ପାଇଁ ଆହ୍ଵାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସଙ୍ଗଠନ ସମ୍ପାଦକ ସଞ୍ଜୟ କୁମାର ବରିସଲ, ଉପସଭାପତି ଦିଲ୍ଲୀପ କୁମାର ସିଂ, ଶରତ କୁମାର ରେଡ୍ଡୀ, ସହସମ୍ପାଦକ ଅମୀନ ରାଉତ, କୋଷାଧ୍ଯକ୍ଷ ରମାକାନ୍ତ ମହାରଣା, ନିରୂପମା ସ୍ଵାଇଁ, ସଶ୍ମିତା ବେହେରା, ସ୍ମିତା ପଟ୍ଟନାୟକ, ନିତ୍ୟଜିତ ଚମ୍ପତି, କାର୍ଯ୍ୟକାରୀ ସଭାପତି ଲୁସେନ୍ କୁମାର ରାୟ ଏବଂ ଆଇନ୍ ପରାମର୍ଶଦାତା ଅକ୍ଷୟ କୁମାର ଦାସ ପ୍ରମୁଖ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ସମ୍ପାଦକ ଦେବପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *