ବ୍ୟୁରୋ : ଚିଲିକା ଭିତରକୁ ଡଙ୍ଗା ନେଇ ଯାଇଥିଲେ ମାଛ ଧରିବାକୁ। ହେଲେ ଜାଣିନଥିଲେ ଏଇଟା ହେବ ତାଙ୍କର ଶେଷ ମାଛ ଧରା। ଚିଲିକାରେ ହଟାତ ହେଲା ବର୍ଷା ସହ ବିଜୁଳି , ଆଉ ବିଜୁଳି ମାଡରେ ଡଙ୍ଗା ଉପରେ ଟଳି ପଡିଲେ ବାପ-ପୁଅ । ଆଉ ଚାଲିଗଲା ସେଇଠି ତାଙ୍କ ଜୀବନ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଶାନ୍ତି ନଗରରେ ରହୁଥିବା ବିଧାନ ବିଶ୍ୱାସ ଓ  ତାଙ୍କ ପୁଅ ଉତ୍ତମ ବିଶ୍ୱାସ,  ଦୁହେଁ ଚିଲିକାକୁ ଯାଇଥିଲେ ମାଛ ଧରିବାକୁ । କିନ୍ତୁ ବିଳମ୍ବିତ ରାତ୍ରରେ ହୋଇଥିଲା ପ୍ରଚଣ୍ଡ ବର୍ଷା ସହ ବଜ୍ରପାତ । ଆଉ  ଚିଲିକା ନୀଳ ଜଳରାଶି ଉପରେ  ବଜ୍ରାଘାତରେ ଚାଲିଗଲା ଦୁହିଁଙ୍କର ଜୀବନ । ଡଙ୍ଗାଟି ମନକୁ ଭାସି କୂଳରେ ଲାଗିବା ପରେ ଘଟଣା ବିଷୟରେ ସମସ୍ତିଙ୍କୁ ଜଣାପଡିଥିଲା।

ଏପଟେ ଉତ୍ତମ ବିଶ୍ୱାସଙ୍କ ପତ୍ନୀ ରାତିରେ ଏକ କନ୍ୟା ସନ୍ତାନ ଜନ୍ମ କରିଥିଲେ। ଝିଅ ଜନ୍ମ ହୋଇଥିବା ଖୁସୀ ଖବର ଜଣେଇବାକୁ ସ୍ୱାମୀଙ୍କୁ ଫୋନ କରିଥିଲେ ଉତ୍ତମଙ୍କ ପତ୍ନୀ। ହେଲେ ଯୋଗଗଯୋଗ ହୋଇପାରିନଥିଲେ। ଆଉ ସକାଳୁ ବାପା ପୁଅଙ୍କ ମୃତ୍ୟୁ ଖବର ପାଇଥିଲେ ପରିବାର ଲୋକେ ଆଉ ଗ୍ରାମବାସୀ। ଏଭଳି ଦୁଃଖଦ ଖବର ପାଇ ଶାନ୍ତି ନଗରରେ ଦୁଃଖର ବାତାବରଣ ସୃଷ୍ଟି ହୋଇଛି। ଘରର ଦୁଇ ରୋଜଗାରିଆ ପୁରୁଷଙ୍କ ମୃତ୍ୟୁ ପରେ ଘର କେମିତି ଚାଲିବ, କେମିତି ପିଲା ପାଠ ପଢି ବଡ଼ ହେବେ, ସେ ନେଇ ଚିନ୍ତିତ ପରିବାର ଲୋକେ। ସରକାରଙ୍କ ତରଫରୁ ଏହି ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

Leave a Reply

Your email address will not be published. Required fields are marked *