ବ୍ୟୁରୋ: ଚଳିତ ଶିକ୍ଷାବର୍ଷର ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷାର ଫଳାଫଳ ମାର୍ଚ୍ଚ୮ ତାରିଖରେ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ବଡପଥୁରିଆ, ଆଞ୍ଚଳିକ ମଇଁ ବିଦ୍ୟାଳୟର ମେଧାବୀ ଛାତ୍ର ଚନ୍ଦ୍ରଶେଖର ନାୟକ ୧୮୦ ରୁ ୧୩୬ ନଂ ରଖି ଷ୍ଟେଟ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଛନ୍ତି। ଚନ୍ଦ୍ରଶେଖର ଙ୍କୁ ଉତ୍ସାହିତ କରିବା ଉଦ୍ଧେଶ୍ୟରେ, ମଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ସରପଞ୍ଚ ବ୍ରଜମୋହନ ରାଉତରାୟ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ସିଆରସିସି ସଞ୍ଜୟ କୁମାର ବରାଡ଼ ଯୋଗଦେଇଦେଇଥିଲେ । ଅତିଥିମାନେ କୃତିଛାତ୍ର ଚନ୍ଦ୍ରଶେଖର ନାୟକ ଓ ଚନ୍ଦ୍ରଶେଖରଙ୍କୁ ଗାଇଡ୍ କରୁଥିବା ଶିକ୍ଷକ ଅଦୈତ୍ଯ ପ୍ରସାଦ ସାହୁଙ୍କୁ  ଫୁଲତୋଡ଼ା  ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।  ଚନ୍ଦ୍ରଶେଖର ପରି ସମସ୍ତ ଛାତ୍ରଛାତ୍ରୀମାନେ ପରିଶ୍ରମ କରି ବିଦ୍ୟାଳୟର ନାମ ଉଚ୍ଚରେ ରଖିବା ପାଇଁ ଅତିଥିମାନେ କହିଥିଲେ। ଏହି ଉତ୍ସବରେ ବିଦ୍ୟାଳୟର ଶିକ୍ଷୟତ୍ରୀ  ସ୍ମିତାରାଣୀ ମହାନ୍ତି, ମମତା ମହାନ୍ତି, ରେଣୁବାଳା ମହାରଣା, ଶିକ୍ଷକ ନାରାୟଣ ନାୟକ, ସଚିଦାନନ୍ଦ ବେହେରାଙ୍କ ସହ କୃତି ଛାତ୍ର ଚନ୍ଦ୍ରଶେଖରଙ୍କ ପିତା ହରିଶ୍ଚନ୍ଦ୍ର ନାୟକ ଓ ମାତା ଲକ୍ଷ୍ମୀପ୍ରିୟା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।  ଶେଷରେ ପ୍ରଧାନ ଶିକ୍ଷକ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *