ବ୍ୟୁରୋ: ରାୟଗଡାରୁ ତୀର୍ଥଯାତ୍ରୀଙ୍କୁ ଧରି ପୁରୀ ପରିକ୍ରମା ପ୍ରକଳ୍ପ ବୁଲେଇବା ପାଇଁ ଆସୁଥିବା ବସ୍ କୁ ୧୬ ନମ୍ବର ଜାତୀୟ ରାଜପଥ, ଗଡ ଖୋର୍ଦ୍ଧା ଛକରେ ଧକ୍କା ଦେଲା ହାଇୱା ।

ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ହୋଇଥିବା ଯାତ୍ରୀଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ମେଡିକାଲରେ ପହଞ୍ଚି ଯାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି।

ସୂଚନା ମୁତାବକ ପୁରୀ ପରିକ୍ରମା ପ୍ରକଳ୍ପ ଦର୍ଶନ ପାଇଁ ଗତ କାଲି ରାତିରୁ , ରାୟଗଡା ଜିଲ୍ଲା ଗୁଡାରି ଏନଏସି ଅଞ୍ଚଳରୁ ୪୫ ଜଣ ଯାତ୍ରୀଙ୍କୁ ଧରି ଏକ ଘରୋଇ ବସ୍ ପୁରୀ ଅଭିମୁଖେ ଆସୁଥିଲା। ଆଜି ସକାଳେ ୧୬ ନମ୍ବର ଜାତୀୟ ରାଜପଥର ଗଡ ଖୋର୍ଦ୍ଧା ଛକ ନିକଟରେ ଯାତ୍ରୀବାହୀ ବସ୍ କୁ ପଛରୁ ଏକ ହାଇୱା ଧକ୍କା ଦେଇଥିଲା। ଦୁର୍ଘଟଣାରେ ୨୦ଜଣ ଯାତ୍ରୀ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *