ବ୍ୟୁରୋ:  ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ବିକାଶ ପରିଷଦ ତାର ପ୍ରଥମ ବାର୍ଷିକ ଉତ୍ସବ ପାଳନ କରିଛି। ଗତ ୨୦୨୨ ମସିହା ଅଗଷ୍ଟ ୧୫ତାରିଖ ଦିନ ଜଟଣୀବାସୀଙ୍କ ସମସ୍ୟା ବିରୋଧୀରେ ଲଢେଇ କରିବା ପାଇଁ ଜନ୍ମ ନେଇଥିଲା ଜଟଣୀ ବିକାଶ ପରିଷଦ। ଗୋଟିଏ ବର୍ଷ ଭିତରେ ବିକାଶ ପରିଷଦ  ଜଟଣୀବାସୀଙ୍କର ଅନେକ ଗୁଡିଏ ସମସ୍ୟାଙ୍କୁ ଗୁରୁତର ସହ ନେଇ ଲଢେଇ କରିଛି। ଓଭର ବ୍ରିଜ ସମସ୍ୟା ହେଉ କି ଇଲେକ୍ଟ୍ରି ସମସ୍ୟା। ସବୁବେଳେ ଲୋକଙ୍କ ସେବା କରିବାପାଇଁ ଅନୁଷ୍ଠାନ କାର୍ଯ୍ୟ କରିଛି। ଜଟଣୀ କୁସୁମାଟି କପାଳଲୋଚନ ମନ୍ଦିର ପରିସରରେ ଅନୁଷ୍ଠାନର ସମସ୍ତ ସଭ୍ୟ ଏକାଠି ହୋଇ ପ୍ରଥମ ବାର୍ଷିକ ଉତ୍ସବକୁ ପାଳନ କରିଥିଲେ। ଆଗାମୀ ଦିନରେ ଜଟଣୀରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ଅନୁଷ୍ଠାନ ଲଢେଇ କରିବ ବୋଲି ସଭାପତି  ବିଜୟ ଛୋଟରାୟ କହିଥିଲେ।

ଜଟଣୀ ବ୍ଲକ ଚେୟାରମ୍ୟାନ ଜୟନ୍ତୀ ଛୋଟରାୟ, ଜଟଣୀ ପୋୖର ପରିଷଦ ଅଧ୍ୟକ୍ଷ ଅନନ୍ତ ବେହେରା, ରାଜ କିଶୋର ସ୍ୱାଇଁ, ଅନୁଷ୍ଠାନର ସମ୍ପାଦକ  ସୁଦର୍ଶନ ସୁନ୍ଦରାୟ , କୈଳାସ ମହାପାତ୍ର, ରାଜେନ୍ଦ୍ର ପଟ୍ଟନାୟକ, ବିଜୟ କୁମାର ପଣ୍ଡା, ଶଶାଙ୍କ ଶେଖର ରାୟ , ଶୁଶାନ୍ତ ରାଉତ, ପ୍ରଶାନ୍ତ ମିଶ୍ର, ପ୍ରିୟ ରଂଜନ ବେହେରା , ଆଦିତ୍ୟ ମହାରଥୀ, ମନୋଜ ସ୍ୱାଇଁ, ଜୁରୀ ସ୍ୱାଇଁ, ପ୍ରସନ୍ନ ସାହୁ, ନିରୁ ସାହୁ, ଏନ୍ ସିତା, ସୁରେନ୍ଦ୍ର ସାହୁ, ଜାଇ ବେହେରା, ଅରୁଣ କୁମାର ସାହୁ, ତ୍ରିନାଥ ସମନ୍ତରାପୁର, ଆଶୁତୋଷ ରାୟ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *