ବ୍ୟୁରୋ: ଗ୍ୟାରେଜରେ ପଶି ଚୋରି କରିବା ପରେ ଧରା ପଡିଲେ ଆଲୋକ ଭୋଳ ଓରଫ ଟୁଙ୍ଗୁରୁ । ସୂଚନା ମୁତାବକ ଭରତପୁର ଥାନା ଅଧିନ ଶ୍ରୀକ୍ଷେତ୍ର ବିହାରରେ ଥିବା ଏକ ୱେଲ୍ଡିଂ ଗ୍ୟାରେଜରୁ ଗତ ତା ୧୧.୦୪.୨୦୨୪ ରିଖ ମଧ୍ୟାନ ସମୟରେ  ଗ୍ୟାରେଜ ରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଟୁଙ୍ଗୁରୁ ଉକ୍ତ ଗ୍ୟାରେଜରୁ ୱେଲ୍ଡିଂ ମେସିନ, ହ୍ୟାଣ୍ଡ କଟର, ଓ ତମା କେବୁଲ ତାର ଚୋରି କରି ନେଇଯାଇଥିଲା।

ଘଟଣା ସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜରୁ ଚୋରୀ ବିଷୟରେ ଜାଣିବା ପରେ ଅଭିଯୋଗକାରୀ ମଣ୍ଟୁ ପ୍ରଧାନ  ଘଟଣା ବିଷୟରେ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରିବା ସହିତ ଆଜି ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତ ଟୁଙ୍ଗୁରୁକୁ ଆଇଗିଣିଆ ନିକଟରୁ ଚୋରୀ ସାମଗ୍ରୀ ସହ କାବୁ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଛି। ତଦନ୍ତ ସମୟରେ ଏହା ଜଣାପଡିଛି ଯେ, ଅଭିଯୁକ୍ତ ଜଣେ ଅଭ୍ୟାସଗତ ଅପରାଧୀ ଓ ତାଙ୍କ ନାମରେ ଭରତପୁର, ଚନ୍ଦକା ଓ ଘଟଗାଁ ଥାନାରେ ୪ ଟି ମାମଲା ରହିଛି । ଭରତପୁର ଥାନା କେସ ନଂ ୬୮୭/୨୪ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତକୁ କୌର୍ଟ ଚାଲାଣ କରିଛି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Leave a Reply

Your email address will not be published. Required fields are marked *