ବ୍ୟୁରୋ,୦୪/୦୩: ବୋଲଗଡ ବ୍ଲକ ଦେଉଳି ଗ୍ରାମରେ ବାଣ ବିସ୍ଫୋରଣରେ ୨ଜଣ ଗୁରୁତର ଆହତ। ଆହତ ବ୍ୟକ୍ତି ଦୁଇଜଣ ହେଉଛନ୍ତି ଦୁର୍ଗାପ୍ରସାଦ ଗ୍ରାମର ଅଶୋକ ମଲିକ ଓ ତାଙ୍କ ପତ୍ନୀ ସୁକାନ୍ତି ମାଲିକ।

ସୂଚନା ମୁତାବକ ଅଶୋକ ଓ ସୁକାନ୍ତି ଘରେ ବାଣ ପ୍ରସ୍ତୁତ କରୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ରେ ଘର ର ଅଜବେଷ୍ଟ ଭାଙ୍ଗିବା ସହ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଛନ୍ତି। ବେଗୁନିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *