ବ୍ୟୁରୋ: ରେଳଯାତ୍ରୀଙ୍କ ପାଇଁ ଆସିଲା ଖୁସୀ ଖବର। ୨୦୨୪ରୁ ବନ୍ଦେ ଭାରତ ଟ୍ରେନରରେ, ଶୋଇକି ଯାତ୍ରା କରିବାର ମଜା ନେଇପାରିବେ ଯାତ୍ରୀ।

ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବନ୍ଦେ ଭାରତ ଏକ୍ସପ୍ରେସର, ସ୍କିପର୍ ଭର୍ସନ୍‌ କିପରି ରହିବ, ଟ୍ରେନ ବଗି ଭିତର ଲୁକ୍ ର ଫୋଟୋ, ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ରେଳମନ୍ତ୍ର । ଏହା ସହ ବନ୍ଦେ ଭାରତ ଏକ୍ସପ୍ରେସର, ସ୍କିପର୍ ଭର୍ସନ୍ ୨୦୨୪ରେ ଆସୁଛି ବୋଲି ଲେଖିଛନ୍ତି।

ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀ ମାନେ, ବସିକି ଯାତ୍ରା କରିବାର ସୁବିଧା ପାଉଥିଲେ। କିନ୍ତୁ ବନ୍ଦେ ଭାରତ ଏକ୍ସପ୍ରେସର ସ୍କିପର୍ ଭର୍ସନ୍ ରେ, ଯାତ୍ରୀ ମାନେ ଆରାମରେ ଶୋଇକି ନିଜ ଗନ୍ତବ୍ୟ ସ୍ଥାନକୁ ଯାତ୍ରା କରିବାର ସୁବିଧା ପାଇବେ। ଏହି ସ୍କିପର୍ ଭର୍ସନ୍ ର ଇଣ୍ଟେରିୟାର ବହୁତ ଆକର୍ଷଣୀୟ ରହିଛି।

ଏହି ଟ୍ରେନରେ ଯାତ୍ରୀମାନେ ଉପର ସିଟ୍‌କୁ ଯିବା ପାଇଁ, ସିଡିର ସୁବିଧା ରହିଛି। ଯାହା ଆଗରୁ କୌଣସି ଟ୍ରେନରେ ନଥିଲା।

Leave a Reply

Your email address will not be published. Required fields are marked *