ବ୍ୟୁରୋ: ଗୋମାଂସ ବୋଝେଇ ଟ୍ରକକୁ  ଅଟକ ରଖିଲେ ବଜରଙ୍ଗୀ ଦଳର କର୍ମକର୍ତ୍ତା। ୧୬ନଂ ଜାତୀୟ ରାଜପଥ ବାଲୁଗାଁ ବାଇପାସ ଦେଇ, ଏକ ଟ୍ରକରେ ଗୋମାଂସ  ଚାଲାଣ ହେଉଥିବା ଖବର ପାଇ ବଜରଙ୍ଗୀ ଦଳର କର୍ମକର୍ତ୍ତା ମାନେ ଟ୍ରକକୁ ଅଟକାଇଥିଲେ। ଏହି ଟ୍ରକ ଭୁବନେଶ୍ୱର ଆଡୁ ଆନ୍ଦ୍ରା ପଟକୁ, ଗୋ ମାଂସ ନେଇ ଯାଉଥିଲା।

ଖବର ପାଇ ବାଣପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛି। ପୂର୍ବରୁ ଅନେକ ଥର ଟ୍ରକ ମାଧ୍ୟମରେ ଗୋମାଂସ ଚାଲାଣ ହେଉଥିଲା କିନ୍ତୁ ଆଜି ଚାଲାଣ ହେଉଥିବା ଖବର ବଜରଙ୍ଗୀ ଦଳ କର୍ମକର୍ତ୍ତା ମାନେ ପାଇଥିଲେ। ଟ୍ରକ ବାଲୁଗାଁ ବାଇପାସ ଦେଇ ଯାଉଥିବା ବେଳେ ଟ୍ରକକୁ ଅଟକାଇଥିଲେ। ଟ୍ରକରେ ଥିବା ଗୋ ମାଂସକୁ ମାଟି ଖୋଳି ପୋତିବାକୁ ବଜାରଙ୍ଗୀ ଦଳର କର୍ମକର୍ତ୍ତା ମାନେ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *