ବ୍ୟୁରୋ: ଝାରପଡା ଜେଲରୁ ଆଜି ବାହାରିଲେ, ହନିଟ୍ରାପ୍ କ୍ୱିନ୍ ଭାବେ ପରିଚିତ ଅର୍ଚ୍ଚନା ନାଗ୍ । ଦୀର୍ଘ ୧୪ ମାସ ଧରି ସେ ଝାରପଡା ଜେଲର ଚାରି କାନ୍ଥ ଭିତରେ ରହିଥିଲେ। ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିବା ପରେ ଆଜି ସେ ଝାରପଡା ଜେଲରୁ ବାହାରିଛନ୍ତି । ଅର୍ଚ୍ଚନାଙ୍କୁ ଜେଲରୁ ଆଣିବାକୁ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍ ଯାଇଥିଲେ । ୨ ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ସେ ଜାମିନ ପାଇଛନ୍ତି । ତେବେ ସାକ୍ଷୀଙ୍କୁ ପ୍ରଭାବିତ ନକରିବା, ପ୍ରମାଣ ନଷ୍ଟ ନକରିବା ଏବଂ ପ୍ରତ୍ୟେକ ତାରିଖରେ କୋର୍ଟରେ ହାଜିରା ଦେବା ପାଇଁ ସର୍ଭ ରଖିଛନ୍ତି ମାନ୍ୟବର ହାଇକୋର୍ଟ । ସୂଚନା ଅନୁଯାୟୀ ଅର୍ଚ୍ଚନା ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରୁଥିଲେ । ଏହି କାର୍ଯ୍ୟରେ ତାଙ୍କୁ ସ୍ଵାମୀ ଜଗବନ୍ଧୁ ସାହାଯ୍ୟ କରୁଥିବା, ଅଭିଯୋଗ ଆସିବା ପରେ ଅର୍ଚ୍ଚନା ଓ ତାଙ୍କ ସ୍ଵାମୀଙ୍କୁ ଗିରଫ କରିଥିଲା ପୋଲିସ ।

Leave a Reply

Your email address will not be published. Required fields are marked *