ବ୍ୟୁରୋ: ବନ୍ଧୁତା ଦିବସରେ ଏକାଠି ହେଲେ ଗୋଡିପୁଟ ମାଟିଆପଡା ଗ୍ରାମପଞ୍ଚାୟତ ଅଧିନ ହରିପୁର ଜନତା ମଧ୍ୟ ଇଂରାଜୀ ବିଦ୍ୟାଳୟର ୧୯୭୩ ମସିହା ବ୍ୟାଚର ସହପାଠୀମାନେ। ସମସ୍ତ ବନ୍ଧୁ ମାନେ ମିଶି ଐତିହାସିକ ଅରାଗଡ଼ ପାହାଡରେ ରହିଥିବା ବୌଦ୍ଧ ଧର୍ମର ପୁରାତନ କୀର୍ତିରାଜ କୁ ଦେଖିବା ସହ ଏହାର କିପରି ପ୍ରଚାର ପ୍ରସାର ହୋଇପାରିବ ସେଥିପାଇଁ ଆଲୋଚନା କରିଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଅବସରପ୍ରାପ୍ତ ଶିକ୍ଷକ ଅଶ୍ୱିନୀ କୁମାର ବଳିଆରସିଂ ଓ  ଅବସରପ୍ରାପ୍ତ ଶିକ୍ଷକ ବଟକୃଷ୍ଣ ଜେନାଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିଲା। ଅବସରପ୍ରାପ୍ତ ରେଳବାଇ କର୍ମଚାରୀ ସର୍ବେଶ୍ୱର ଶତୃଶଲ୍ୟ, କୈଳାସ ମଲ୍ଲିକ, ରଘୁନାଥ ଦାସ, ଉଦ୍ଧବ ସାମନ୍ତରାୟ, ଲକ୍ଷ୍ମୀଧର ଚମ୍ପତ୍ତି, ବାବୁଲି ଚମ୍ପତ୍ତି, ଟୁକ ଚମ୍ପତ୍ତି, ଅକ୍ଷୟ ବେହେରା,  ସୁରେନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *