ବ୍ୟୁରୋ: ରାଜସୁନାଖଳା କୁ ଏନଏ ସି ମାନ୍ୟତା ଦାବିରେ ଚାଲିଥିବା ଆମରଣ ଅନଶନ ଚତୁର୍ଥ ଦିନରେ ଭଙ୍ଗ ହୋଇଛି । ଅନଶନ ସ୍ଥଳରେ ଦିନ ତମାମ ଲାଗିଥିଲା ନେତାଙ୍କ ଭିଡ଼ । ପହଞ୍ଚିଥିଲେ ବିଭିନ୍ନ ଦଳର ଅନେକ ନେତା । ଗୁରୁବାର ବିଳମ୍ବିତ ରାତିରେ ସିପିଏମ ନେତା ସୁରେଶ ସ୍ୱାଇଁ ପହଞ୍ଚି ସମର୍ଥନ ଜଣାଇଥିବା ବେଳେ, ଶୁକ୍ରବାର ସକାଳେ ବିଜେପି ମଣ୍ଡଳ ସଭାପତି ଜୟନ୍ତ କୁମାର ନାୟକ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ର ପ୍ରଭାରୀ ଅଶୋକ ମିଶ୍ର ପହଞ୍ଚି ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ଦେବାକୁ ଦାବି କରିବା ସହ, ଅନଶନକାରୀ ସାମ୍ବାଦିକ ଆର୍ତତ୍ରାଣ ପ୍ରଧାନ ଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ସେହିପରି କଂଗ୍ରେସ ଜିଲ୍ଲା ସଭାପତି ରଣଜିତ ଦାଶ ଅନଶନସ୍ଥଳରେ ପହଞ୍ଚି ସମର୍ଥନ ଜଣାଇଥିଲେ। ଅନଶନ ସ୍ଥଳରେ ରଣପୁର ବିଡ଼ିଓ ପହଞ୍ଚି ଶ୍ରୀ ପ୍ରଧାନ ଙ୍କ ସହ ଆଲୋଚନା କରିଥିଲେ । ପରେ ରଣପୁର ତହସିଲଦାର ସେଠାରେ ପହଞ୍ଚି ଏନଏସି ମାନ୍ୟତା ପାଇଁ ବିଭିନ୍ନ ପ୍ରକ୍ରିୟା ଶେଷ ହୋଇଥିବା କହିଥିଲେ। ସନ୍ଧ୍ୟାରେ କଂଗ୍ରେସ ଯୁବ ନେତା ବିଭୁ ପ୍ରସାଦ ମିଶ୍ର, ବ୍ଲକ ସଭାପତି ଶତ୍ରୁଘନ ପାଇକରାୟ, ସତ୍ୟବ୍ରତ ନାୟକ, ଅନିଲ ପରିଡା, ଦିଲ୍ଲୀପ କୁମାର ସେନାପତି, ଦେବୀପ୍ରସାଦ ସାମନ୍ତରାୟ ପ୍ରମୁଖ ସମର୍ଥନ ଜଣାଇ ଥିଲେ। ଶେଷରେ ନୟାଗଡ଼ ଏଡିଏମ ରୋଜିନା ଦାଶ ଅନଶନକାରୀ ଶ୍ରୀ ପ୍ରଧାନଙ୍କ ଆଲୋଚନା କରି ତାଙ୍କୁ ଗ୍ଲୋକୋଜ ପିଆଇ ଅନଶନ ଭଙ୍ଗ କରାଇଥିଲେ।

Leave a Reply

Your email address will not be published. Required fields are marked *