ବ୍ୟୁରୋ: ଜଟଣୀ ଥାନା ଅଧିନ ବେଣାପଞ୍ଜରୀ ଗ୍ରାମ ନିକଟ ସିରାଯୁଦ୍ଦିନ ଫାର୍ମ ନିକଟରେ ଆଜି ସନ୍ଧ୍ୟା ସମୟରେ, ଦୁଇଟି ବାଇକ ସହ ଟ୍ରକର ଦୁର୍ଘଟଣା ଘଟିଥିଲା। ଆଉ ଘଟଣା ସ୍ଥଳରେ ଜଣେ ବାଇକ ଅରୋହିଙ୍କ ମୃତ ହୋଇଥିବାବେଳେ, ଆଉ ଜଣେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ସୂଚନା ମୁତାବକ ବୁଲେଟ ଓ ପଲସର ବାଇକ ରେ  ଦୁଇଜଣ ଯୁବକ ବେଣାପଞ୍ଜୁରୀ ପଟୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ, ବେଣାପଞ୍ଜରୀ ନିକଟ ସିରାଯୁଦ୍ଦିନ ଫାର୍ମ ପାଖରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ବୁଲେଟ ଅରୋହିଙ୍କ ମୃତ୍ୟୁ ଘଟିଥିବା ବେଳେ, ପଲସର ଅରୋହି ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି।

ଯୁବକ ଦୁଇଜଣଙ୍କର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ। ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରି, ଦୁର୍ଘଟଣାର ତଦନ୍ତ କରିଛି।

Leave a Reply

Your email address will not be published. Required fields are marked *