ବ୍ୟୁରୋ: ରାଜସୁନାଖଳା କୁ ଏନଏସି ମାନ୍ୟତା ଦାବିରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଆମରଣ ଅନଶନରେ ବସିଛନ୍ତି ଯୁବସମାଜସେବୀ ତଥା ସାମ୍ବାଦିକ ଆର୍ତତ୍ରାଣ ପ୍ରଧାନ । ମଙ୍ଗଳବାର ଠାରୁ ସେ ସ୍ଥାନୀୟ ସିଟିସ୍କୁଲ ପଡିଆ ଠାରେ ଆମରଣ ଅନଶନ ଆରମ୍ଭ କରିଛନ୍ତି । ଏହି ଅନଶନକୁ ସ୍ଥାନୀୟ ବୁଦ୍ଧିଜୀବୀ, ସ୍ବେଛାସେବୀ, ସାମ୍ବାଦିକ ତଥା ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସମର୍ଥନ ଜଣାଇଛନ୍ତି । ସାଧାରଣ ନିର୍ବାଚନ ପାଇଁ ଆଚରଣ ଵିଧି ଲାଗିଥିବା ବେଳେ, ସରକାର ବିଜ୍ଞାପିତ ଅଞ୍ଚଳ ଘୋଷଣା କରିବାର ସମ୍ଭାବନା ନ ଥିବାରୁ, ନିର୍ଭରଯୋଗ୍ୟ ପ୍ରତିଶୃତି ପ୍ରଦାନ ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *